Odisha news

ମୋ ଉପକାରୀ ବଗିଚା ହିତାଧିକାରୀ ଙ୍କୁ ନିଜ ପାରିଶ୍ରମିକ ଟଙ୍କା ମିଳି ନାହିଁ

0
ବୋରିଗୁମ୍ମା (କେ.ସାକିଲି ଦୋରା) : ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ମହିଳା ମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସୁଦୃଡ଼ କରିଛନ୍ତି। ପ୍ରତି ଗାଁ ରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂଖ୍ୟା କିପରି ବୃଦ୍ଧି ପାଇବ, ସେହି ଯୋଜନା ଆରମ୍ଭ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ପାଇଁ ବହୁ ସମୟରେ ଓ ଏଲ ଏମ ମାଧ୍ୟମରେ ସହାୟତା ଯୋଗାଉଛନ୍ତି ସରକାର। କିନ୍ତ କିଛି ସରକାରୀ ଅଧିକାରୀ ଙ୍କ ପାଇଁ ଗ୍ରାମାଞ୍ଚଳ ର ମହିଳା ମାନେ ଠିକ ଭାବେ ଉପକୃତ ହୋଇପାରୁ ନାହାନ୍ତି।ବୋରିଗୁମ୍ମା ବ୍ଲକରେ ମୋ ଉପକାରୀ ବଗିଚା ଯୋଜନା ଆରମ୍ଭ ହେଲା। ଏହି ଯୋଜନା ରେ ଗୁମୁଡା ଓ କେନ୍ଦୁଗୁଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ  ମହିଳା ମାନଙ୍କୁ ନିଜ ବାଡ଼ି ବଗିଚା ରେ ଲଗାଇବା ପାଇଁ ବିଭିନ୍ନ ପ୍ରକାର ପନିପରିବା ବିହନ ଯଥା ଟମାଟୋ, ଶାଗ ଚାରି ପ୍ରକାର ବିହନ, ମୂଳା, ଜହ୍ନି, ବୋଇତାଳୁ, ଭେଣ୍ଡି ଓ ଏଲ ଏମ ଯୋଗାଇ ଥିଲେ। ଗୁମୁଡା ଗ୍ରାମର ୧୬ ଜଣ ଓ କେନ୍ଦୁଗୁଡା ଗ୍ରାମର ୪୩ ଜଣ ହିତାଧିକାରୀ ମୋ ଉପକାରୀ ବଗିଚା ରେ ଉପକୃତ ହେଲେ। ପ୍ରତି ହିତାଧିକାରୀ ମନରେଗା ଯୋଜନା ରେ ୩୬ ଦିନର ପାରିଶ୍ରମିକ ଟଙ୍କା ଦିନକୁ ୨୦୭ ହିସାବରେ ୭୪୫୨ ଟଙ୍କା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟ କୁ ଯିବ। କିନ୍ତୁ ହିତାଧିକାରୀ ମାନେ ଲଗାଇଥିବା ପନିପରିବା ଖାଇଲେ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପାରିଶ୍ରମିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ଯାଇନାହିଁ।ହିତାଧିକାରୀ ମାନେ କତ୍ତୃପକ୍ଷ ଙ୍କୁ ପାରିଶ୍ରମିକ ଟଙ୍କା ବାବଦରେ କହିଲେ ସେମାନେ କିଛି ଶୁଣୁ ନ ଥିବା ଅଭିଯୋଗ ହେଉଛି। ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୁମୁଡା ଗ୍ରାମର ହିତାଧିକାରୀ ଅଁଳାବତୀ ହରିଜନ, ଉଳମା ହରିଜନ, ପଦ୍ମା ହରିଜନ, ଲଳିତା ହରିଜନ ଓ କେନ୍ଦୁଗୁଡା ଗ୍ରାମର ଦାହନା ମୁଦୁଲି, ଗୋରୀ ମୁଦୁଲି, ଵିର୍ମା ମୁଦୁଲି, ଶଶୀ ମୁଦୁଲି। ଦୀର୍ଘ ଛଅ ମାସ ବିତିଥିଲେ ହେଁ ମୋ ଉପକାରୀ ବଗିଚା ର ହିତାଧିକାରୀ ଙ୍କୁ ନିଜ ପାରିଶ୍ରମିକ ଟଙ୍କା ମିଳି ନାହିଁ। ତୁରନ୍ତ ପାରିଶ୍ରମିକ ଟଙ୍କା ପାଇବା ପାଇଁ ବ୍ଲକ ପ୍ରଶାସନ କୁ ଅନୁରୋଧ କରିଛନ୍ତି ହିତାଧିକାରୀ।
କେ.ସାକିଲି ଦୋରା।
Leave A Reply