Odisha news

ଦେବାଶିଷ କୁ ଶ୍ରଦ୍ଧାଂଜଳି

0

ବୋରିଗୁମ୍ମା (କେ.ସାକିଲି ଦୋର) : ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସସାହାଣ୍ଡି ଗାଁ ର ସମସ୍ତ ଙ୍କ ପରିଚିତ ଦେବାଶିଷ ନଗେଶ ( କୁନାଲ) ବୟସ ୨୫  ଅକାଳ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମୃତ ଦେବାଶିଷ ଙ୍କ   ଘର କୋରାପୁଟ ଜିଲ୍ଲାର ନାରାୟଣପାଟଣା ତେନ୍ତୁଳିପଦର ଗ୍ରାମ ରେ।ସେ ଗତ କାଲି ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ସେ ସସାହାଣ୍ଡି ରେ ଅଜା ଘରେ ରହି ଵାଲ୍ୟ ଜୀବନ ଆରମ୍ଭ କରିଥିଲେ।

ସେ ଗତ ଦୁଇ ବର୍ଷ ହେବ ବିଶାଖାପାଟଣା ରେ ନାଭାଲ ରେ ଚାକିରି କରିଆସୁଥିଲେ ।ପ୍ରାୟ ତିନି ମାସ ହେବ ଛୁଟି ରେ ଆସି ନିଜ ପିତା ଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ନିମନ୍ତେ ବିଭିନ୍ନ ମେଡ଼ିକାଲ୍ ନେଉଥିଲେ।।ସେ ନିଜେ କେତେ ବେଳେ  ନିମୋନିଆ ରୋଗରେ ପୀଡିତ ହୋଇଗଲେ ଜାଣିପାରିନଥିଲେ।ରବିବାର ଦିନ ରାତିରେ ରେ କୋରାପୁଟ ମେଡ଼ିକାଲ୍ କୁ ଆଣି ଚିକିତ୍ସା ସମୟ ରେ ମୃତ୍ୟୁ ବରଣ କରିଥିଲେ।

ତାଙ୍କୁ ଆଜି  ସସାହାଣ୍ଡି  ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରିସର  ରେ ତାଙ୍କ ସାଙ୍ଗ ସାଥି ଓ ଶିକ୍ଷକ ତାଙ୍କ ଫଟୋ ଚିତ୍ରରେ  ପୁଷ୍ପ ମାଲ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।ତାଙ୍କ ସାଙ୍ଗ ସାଥି ଯଥା ବିଷ୍ଣୁ ପ୍ରଧାନ, କାଳୀ ପ୍ରସାଦ ପଣ୍ଡା, ଆପଲୁ ରାଜୁ, ପ୍ରଶାନ୍ତ, ଟୁକୁନା ବିଶୋଇ, ସାଗର, ଲକି ହରିଜନ, ବି. ଶିବ କୁମାର ଥିଲେ।

IEC 2 years
Leave A Reply