Odisha news

ଅବକାରୀ ଚଡାଉ ୫୩୫ ଲିଟର ଦେଶୀ ଚୋରା ମଦ ଜବତ,୯୯୦୦ ଲିଟର ପୋଚ ନଷ୍ଟ ,ଜଣେ ଗିରଫ।

ବୋରିଗୁମ୍ମା (କେ.ସାକିଲି ଦୋରା।)—-କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ଙ୍କ ନିର୍ଦେଶ କ୍ରମେ ବୋରିଗୁମ୍ମା ଅବକାରୀ ବିଭାଗ, ପୋଲିସ, ଏ ପି ଆର ଫୋର୍ସ, ଡ଼ି ଏସ ଏଫ ଫୋର୍ସ  ମିଳିତ ଭାବେ ବୋରିଗୁମ୍ମା ଥାନା ଅଂଚଳରେ ଅବକାରୀ ଧରପଗଡ଼ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ଥାନା ଅନ୍ତର୍ଗତ ହାଟଗୁଡା,ଲଦୀଯୋଡ଼ି ଓ ସଙ୍କରଡ଼ା ଗ୍ରାମ ରେ ଚଡାଉ କରିଥିଲେ।ଏହି ଗ୍ରାମ ଗୁଡ଼ିକ ନିକଟ ନଦୀ ଓ ବଣ ପାହାଡ଼ ରେ ଦେଶୀ ମହୁଲି ଚୋରା ମଦ ପ୍ରସ୍ତୁତ କରି ବ୍ଲକ ର ବିଭିନ୍ନ ସ୍ଥାନକୁ ବେଆଇନ ଚାଲାଣ କରାଯାଉଥିଲା।ନିରୀହ ଗରିବ ଆଦିବାସୀ ମାନଙ୍କୁ ଦେଶୀ ମହୁଲି ମଦ ପ୍ରସ୍ତୁତି ରେ ମଦ ମାଫିଆ ମାନେ ଲଗାଇ ବେଶ ଦୁଇ ପଇସା ଉପାର୍ଜନ କରୁଥିବା ଦେଖାଦେଇଛି। ଲଦୀଯୋଡ଼ି ଚୋରା ଦେଶୀ ମଦ ର କୁଟୀର ଶିଳ୍ପ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅବକାରୀ ଓ ପୋଲିସ ମିଳିତ ଭାବେ ଚଡାଉ କରି ୫୩୫ ଲିଟର ଚୋରା ଦେଶୀ ମହୁଲି ମଦ କୁ ଜବତ କରିଥିବା ବେଳେ ୯୯୦୦ ଲିଟର ପୋଚ  ନଷ୍ଟ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ବୋରିଗୁମ୍ମା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ କେ.ତ୍ରିପତି ପଟ୍ଟନାୟକ।ହାଟଗୁଡା ଗ୍ରାମ ରୁ ଚୋରା ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ରେ ଅଭିମନ୍ୟୁ ବିଶୋଇ କୁ ଗିରଫ କରିଛି ଅବକାରୀ ବିଭାଗ। ଏନେଇ ଅବକାରୀ ଥାନା ରେ କେସ ନମ୍ବର ୭୧ / ୨୦୨୧-୨୨ ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।
Shares