Odisha news

କୁର୍ମାକୋଟ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ର ପର୍ଦାଫାସ ,ଦୁଇ ଗିରଫ

ବୋରିଗୁମ୍ମା (କେ.ସାକିଲି ଦୋରା)–କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଗତ ୧୦/୦୯/୨୧ ତାରିଖରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ଗ୍ରାମ ନିକଟରେ ଥିବା ପୋଖରୀରୁ ଗଳିତ ଶବ ଉଦ୍ଧାର କରାଯାଇଥିଲା।ସୂଚନା ଅନୁଯାୟୀ କୁର୍ମାକୋଟ ଗ୍ରାମର ଲକ୍ଷଣ ଗୌଡ଼ ବୟସ ୩୯ ବର୍ଷ ଗତ ୬/୯/୨୧ ତାରିଖ ରାତିରେ ଘରରୁ ବାହାରକୁ ଯାଇ ଆଉ ଫେରିନଥିଲେ।ପରିବାର ଲୋକେ ଖୋଜାଖୋଜି କରି ଶେଷରେ ୮/୯/୨୧ ତାରିଖରେ କୋଟପାଡ଼ ଥାନାରେ ଏକ ମିସିଙ୍ଗ କେସ ଲିଖିତ ଅଭିଯୋଗ କରିଥିଲେ।ପୁଣି ପରିବାର ଲୋକେ ୯/୯/୨୧ ତାରିଖରେ ପୁଣି କେହି ହତ୍ୟା କରିଥିବା ଅଭିଯୋଗ କରିଥିଲେ କୋଟପାଡ଼ ଥାନାରେ।ଗତ କାଲି ଗ୍ରାମର କିଛି ଲୋକ ପୋଖରୀ ନିକଟରେ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇ ଥାନାକୁ ଖବର ଦେଇଥିଲେ।ଆଜି କୋଟପାଡ଼ ଥାନା ଅଧିକାରୀ, ଜୟପୁର ଏସ ଡ଼ି ପି ଓ , କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ଫୋରେଂସିକ ଟିମ ପହଞ୍ଚି ପୋଖରୀ ମଧ୍ୟରୁ ଶବ ଟିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ।ଆଜି ସେହି ଗ୍ରାମର ବଳ ଗୌଡ଼ ଏବଂ ବାପା ଶିବ ଗୌଡ଼ ଙ୍କୁ ପୋଲିସ ଗିରଫ କରିଛି ବାପା ପୁଅ ମିଶି ହତ୍ୟା କରିଥିବା ପୋଲିସ ଆଗରେ ମାନି ଥିଲେ।ପରକିୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ସୂଚନା ଦେଇଛନ୍ତି ଜୟପୁର ଏସ ଡ଼ି ପି ଓ ଅରୁପ ଅଭିଷେକ ବେହେରା।
Shares