Odisha news

ଅବକାରୀ ଧରପଗଡ଼ : ଜଣେ ଗିରଫ। ୬୦୦ ପାଉଚ ମଦ ଜବତ,୮୫୦ ପୋଚ ନଷ୍ଟ।

ବୋରିଗୁମ୍ମା (କେ.ସାକିଲି ଦୋରା)—କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ଙ୍କ ନିର୍ଦେଶ କ୍ରମେ ବୋରିଗୁମ୍ମା ଅବକାରୀ ଓ ବି ସିଂହପୁର ଥାନା ପୋଲିସ ମିଳିତ ଭାବେ ଅବକାରୀ ଚଡାଉ କରିଥିଲେ। ବି ସିଂହପୁର ଥାନା ଅନ୍ତର୍ଗତ ଚରାମୁଳା ଗ୍ରାମର ଭାଗିରଥି ବିଶୋଇ  ଦେଶୀ ମଦ କୁ ପ୍ରସ୍ତୁତ କରିବା ପରେ ପାଉଚ କରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା। ଆଜି ଅବକାରୀ ଓ ପୋଲିସ ଏକା ସାଙ୍ଗରେ ଚଡାଉ କରି ଭାଗିରଥି ଙ୍କ ଘରୁ ୬୦୦ ଦେଶୀ ମଦ ପାଉଚ (୯୦ ଲିଟର ଦେଶୀ ମଦ) ଜବତ କରିବା ସହ ଭାଗିରଥି କୁ ଗିରଫ କରିଥିଲେ। ସେହିଭଳି ବଡ଼ସିରିସି ଗ୍ରାମରେ ୮୦ ଲିଟର ଦେଶୀ ଚୋରା ମଦ ଜବତ କରିବା ସହ ୮୫୦ ଲିଟର ପୋଚ କୁ ନଷ୍ଟ କରିଛି ଅବକାରୀ ବିଭାଗ। ଏନେଇ ବୋରିଗୁମ୍ମା ଅବକାରୀ ଥାନା ରେ କେସ ନମ୍ବର ୬୯ / ୨୦୨୧-୨୨  ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ଥିବା କହିଛନ୍ତି ବୋରିଗୁମ୍ମା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ କେ.ତ୍ରିପତି ପଟ୍ଟନାୟକ।ବି ସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ,ଅବକାରୀ ଏ ଏସ ଆଇ ହେମନ୍ତ ବାଗ ଅନ୍ୟମାନେ ଚଡାଉ ରେ ଯୋଗ ଦେଇଥିଲେ।
Shares