Odisha news

ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ,୩୧ୟୁନିଟ ରକ୍ତ ସଂଗ୍ରହ

-ବୋରିଗୁମ୍ମା (କେ.ସାକିଲି ଦୋରା।)—କରୋନା ମହାମାରୀ ସମଗ୍ର ଦେଶରେ କାୟା  ତାର କାୟାବିସ୍ତାର କରି ଚାଲିଛି।ଏହି କରୋନା କାଳରେ ରକ୍ତର ଘୋର ଅଭାବ ଦେଖାଦେଇଛି।କରୋନା କୁ ଭୟ କରି ରକ୍ତ ଦାତା ଆଉ ରକ୍ତ ଦାନ କରୁନାହାନ୍ତି ଫଳରେ ରକ୍ତ ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଥିବା ନଜର କୁ ଆସୁଛି।ତାକୁ ଦୃଷ୍ଟିରେ ରଖି ଓଡ଼ିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଆଜି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ  କଣାଗାଁ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ଯୋଗ ଦେଇଥିଲେ ସେହିପରି ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା, ରମା ରାହୁଲ,ମୁନା ରଥ, ପ୍ରସାଦ ବିଡିକା ଏବଂ କଣାଗାଁ ବିଜେଡି ପର୍ଯ୍ୟବେକ୍ଷକ ନରେନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲା ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ରହିଥିବା ଯୋଗୁଁ ରକ୍ତର ଘୋର ଅଭାବ ଦେଖାଦେଉଛି ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା କହିଛନ୍ତି ଈଶ୍ୱର ପାଣିଗ୍ରାହୀ।ଏହି କାର୍ଯ୍ୟକ୍ରମ ରେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି।
Nalco

Comments are closed.