Odisha news

ଝୁଲନ୍ତା ଅବସ୍ଥାରେ ବିବାହିତ ମହିଳା ଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବି ସିଂହପୁର ଥାନା ଅଧିନ ରଣସପୁର ରେ ଜଣେ ବିବାହିତ ମହିଳା ଝୁଲନ୍ତା ଅବସ୍ଥାରେ ମୃତ ଦେହ ଠାବ କରିଛି ପୋଲିସ। ଏନେଇ ବିବାହିତ ମହିଳା ଙ୍କ ବାପା ବି ସିଂହପୁର ଥାନାର ଲିଖିତ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଆମ୍ବାଗୁଡା ର ଚନ୍ଦ୍ର ହରିଜନ ଙ୍କ ଝିଅ ଉସାବତୀ ହରିଜନ ଗତ ନଅ ବର୍ଷ ତଳେ ରଣସପୁର ଗ୍ରାମର  ନିରନ ହନ୍ତାଳ କୁ ବିବାହ କରିଥିଲେ। ବାହା ହେବା ପର ଠାରୁ ନିରନ ନିଜ ସ୍ତ୍ରୀ କୁ ସବୁବେଳେ ମାରପିଟ କରିବା ସହ ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲା। ଗତ କାଲି ରାତିରେ  ସ୍ୱାମୀ ନିରନ ନିଜ ସ୍ତ୍ରୀ ଉସାବତୀ କୁ ମାରି ଟଙ୍ଗାଇ ଥିବା ମହିଳା ବାପା ଥାନାରେ ଲିଖିତ ଭାବେ ଜଣାଇଥିଲେ। ବି ସିଂହପୁର ଥାନା ଭାରପ୍ରାପ୍ତ ଅଧିକାରୀ ଦାମୋଦର ବିହାରୀ ମୃତ ମହିଳା ଙ୍କ ସ୍ୱାମୀ ନିରନ କୁ ଥାନା ରେ ଅଟକ ରଖି ପଚରାଉଚରା କରୁଛନ୍ତି। ଅନ୍ୟପଟେ ଏନେଇ ବି ସିଂହପୁର ଥାନାରେ କେସ ନମ୍ବର ୯୦ / ୨୦୨୧ ଦଫା ୪୯୮ଏ ଓ ୩୦୬ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
Nalco

Comments are closed.