Odisha news

କରୋନାରେ ମୃତ୍ୟୁବରଣ କରିଥିବା ସି.ଆର୍.ସି.ସିଙ୍କୁ ବୋରିଗୁମ୍ମା ଆଦିବାସୀ ଓ ହରିଜନ ଶିକ୍ଷକ ସମାଜ ତରଫରୁ ଆର୍ଥିକ ସହାୟତା ପ୍ରଦାନ।

ବୋରିଗୁମ୍ମା : କରୋନାରେ ରେ ମୃତୁବରଣ କରିଥିବା ସି ଆର ସି ସି  ସ୍ବର୍ଗତ ବଳଭଦ୍ର ଭତ୍ରା ଙ୍କ ପରିବାର କୁ ଆଦିବାସୀ ଓ ହରିଜନ ଶିକ୍ଷକ ସମାଜ ତରଫରୁ  ପରିବାରକୁ ତାଙ୍କ ନିଜ ଗ୍ରାମ ଡେଙ୍ଗପଦର  ଭେଟିଥିଲେ।ଆଦିବାସୀ ଓ ହରିଜନ ଶିକ୍ଷକ ସମାଜ ପହଞ୍ଚି ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା।
ଏହାପରେ ତାଙ୍କ ସ୍ତ୍ରୀ ଅସ୍ତମା ସିରା ଓ ପରିବାର ବର୍ଗଙ୍କୁ   ଆଦିବାସୀ ଓ ହରିଜନ ଶିକ୍ଷକ ସମାଜର ସଭାପତି  ମୋନରଞନ ନାୟକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମାଝୀ, ଶିକ୍ଷକ ଶ୍ରୀ ଗୁଣଧର ପୂଜାରୀ ଓ ମହେଶ୍ୱର ତନ୍ତିଙ୍କ ଦ୍ୱାରା ମୋଟ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।ଶିକ୍ଷକ ମାନଙ୍କ ବହୁମୂଲ୍ୟ ତ୍ୟାଗ ଓ ସହଯୋଗ ସତ୍ତ୍ବେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳୁନଥିବାରୁ ସମସ୍ତେ ସରକାର ତଥା ଶିକ୍ଷା ବିଭାଗଙ୍କୁ ଦୋଷାରୋପ କରିଥିଲେ।ପକାଶ ଥାଉକି ସ୍ବର୍ଗତ  ବଳଭଦ୍ର ଭତ୍ରା ବୋରିଗୁମ୍ମା ବ୍ଳକର ଡେଙ୍ଗପଦର ଓ ମହୁଲି କ୍ଳଷ୍ଟର ରେ ସି ଆର ସି ସି ଭାବେ ପ୍ରାୟ ୫ ବର୍ଷ ହେବ ସୁରୁଖୁରୁରେ ନିଜ ଦାୟିତ୍ୱ ତୁଲାଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ।ଗତ ୧୩ ତାରିଖରେ ବଳଭଦ୍ର ଭତ୍ରା କରୋନା ରେ ଜୟପୁର କୋଭିଡ ହସ୍ପିଟାଲରେ ଆଖି ବୁଜିଥିଲେ।
Nalco

Comments are closed.