Odisha news

ଲୁଚକାଳି ଖେଳୁଛି ମୌସୁମୀ, ଚିନ୍ତାରେ ଚାଷୀକୁଳ।

0
ବୋରିଗୁମ୍ମା (କେ.ସାକିଲି ଦୋରା ): ଚଳିତ ବର୍ଷ ର ଶ୍ରାବଣ ମାସ ର ଅଧା ଦିନ ସରିଲା। କିନ୍ତୁ ମୌସୁମୀ ଦେଖା ନାହିଁ। ଯାହାଫଳରେ ବର୍ଷା ଅଭାବରୁ ଚାଷୀ ମାନଙ୍କ ଚାଷ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି। ପ୍ରତିବର୍ଷ ଏହି ସମୟରେ ଚାଷୀ ର ଧାନ ରୁଆ ହେବା ସହ ବେଉଷଣ ହୋଇଥାଏ।କିନ୍ତୁ ମୌସୁମୀ ର ଲୁଚକାଳି ଖେଳ ଯୋଗୁଁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି। କୋରାପୁଟ ଜିଲ୍ଲାରେ ଚଳିତ ବର୍ଷ ଜୁଲାଇ ମାସରେ ବର୍ଷା ର ପରିମାଣ କମ।କୋରାପୁଟ ଜିଲ୍ଲାର ର ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ।
ଏମାନେ ଧାନ ଚାଷ କରିବା ସହ ଖରିଫ ଋତୁରେ ମକା,ମାଣ୍ଡିଆ ଓ ପନିପରିବା ଚାଷ କରିଥାନ୍ତି। ଏବେବି ବୋରିଗୁମ୍ମା ବ୍ଲକର କିଛି ଧାନ ଜମିରେ ପାଣି ଅଭାଵ ଯୋଗୁଁ ରୁଆ ହୋଇପାରି ନାହିଁ। ଏହି ଢ଼େପ ଜମି ଗୁଡିକ ବର୍ଷା ପାଣି ଉପରେ ନିର୍ଭର କରିଥାନ୍ତି। ବ୍ଲକର କିଛି ଧାନ ଜମି ପାଣି ଅଭାବରୁ ଫାଟି ଆଁ  କଲାଣି। ପ୍ରକାଶ ଥାଉକି ବୋରିଗୁମ୍ମା ବ୍ଲକରେ ୨୦,୩୮୦ ହେକ୍ଟର ରେ ଜମିରେ ଧାନ ଚାଷ କରାଯାଇଥାଏ। ସେଥି ମଧ୍ୟରୁ ଅଧିକ ଅମଳକ୍ଷମ ଧାନ ୧୪,୮୪୦ ହେକ୍ଟର, ହାଇବ୍ରିଡ଼ ଧାନ ୫୦୦୦ ହେକ୍ଟର ଓ ସାଧାରଣ ଧାନ ୫୪୦ ହେକ୍ଟର ଜମୁରେ ଜମିରେ ଚାଷ କରାଯାଇଥାଏ। ଜୁଲାଇ ରେ ବର୍ଷା ଆବଶ୍ୟକ ପରିମାଣର ନ ଥିବା ଯୋଗୁଁ ଏପର୍ଯ୍ୟନ୍ତ ୨୦୩୮ ହେକ୍ଟର ଜମି ରେ ଧାନ ରୁଆ ହୋଇ ନାହିଁ। ବ୍ଲକରେ ମକା ମୋଟ ୩୫୧୯ ହେକ୍ଟର ରେ ଚାଷ କରାଯାଉଥିବା ବେଳେ ଜବାର ୧୮୫ ହେକ୍ଟର, ବାଜରା ୮୦ ହେକ୍ଟର, ତୈଳ ଜାତୀୟ ବିହନ ୩୪୧ ହେକ୍ଟର ରେ ଚାଷ କରାଯାଉଛି।
ଆଖୁ ୨୬୬୦ ହେକ୍ଟର ଜମିରେ ଚାଷ କରାଯାଉଥିବା ବ୍ଲକର ସହକାରୀ କୃଷି ଅଧିକାରୀ କେ.ଜିତେନ୍ଦ୍ର ରାଓ ସୂଚନା ଦେଇଛନ୍ତି।ବ୍ଲକରେ ମୋଟ ୩୯,୯୨୦ ହେକ୍ଟର ଜମିରେ ବିଭିନ୍ନ ଚାଷ ହେଉଥିବା ବେଳେ ମାତ୍ର ବିଭିନ୍ନ ଉତ୍ସରୁ ୧୫,୬୧୪ ହେକ୍ଟର କୁ ଜଳସେଚନ ସୁବିଧା ରହିଥିବା ଜଣାଯାଇଛି। ତେବେ ଏବେବି ଅଧିକାଂଶ ଚାଷୀ କେବେ ବର୍ଷା ହେବ ଆକାଶ କୁ ଚାହିଁ ବସିଛନ୍ତି।
Leave A Reply