Odisha news

ବେଆଇନ ବାହାଘର ଭୋଜି ଉପରେ ପ୍ରଶାସନ ର ଅତର୍କିତ ଛଡାଉ, ଆୟୋଜକ ଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ।

ବୋରିଗୁମ୍ମା (କେ.ସାକିଲି ଦୋରା)—ମହାମାରୀ କରୋନା ଦିନ କୁ ଦିନ ଭୟଙ୍କର ରୁପ ଧାରଣ କରୁଛି।ଆକ୍ରାନ୍ତ ଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମେ ମାସ , ୫ ତାରିଖ ରୁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି।ପ୍ରଶାସନ ର ଅନୁମତି ନେଇ ବାହାଘର ରେ ସର୍ବାଧିକ ୫୦ ଜଣ ଯୋଗ ଦେଇ ପାରିବେ। କିନ୍ତୁ ବୋରିଗୁମ୍ମା ଥାନା ଅନ୍ତର୍ଗତ ଟିକବାଲିଗୁଡା ଗ୍ରାମରେ ଗୋପାଳ ଭୁମିଆ ନାମକ ବ୍ୟକ୍ତି ଙ୍କ ଘରେ ବାହାଘର ଅନୁଷ୍ଠିତ ହୋଇଥିଲା। ବାହାଘର ଭୋଜିରେ ଏକ ହଜାର ରୁ ଉର୍ଦ୍ଧ୍ବ ଲୋକ ଏକାଠି ହୋଇ ଭୋଜି ଖାଉଥିବା ଅଭିଯୋଗ ହୋଇଥିଲା।କୋଭିଡ-୧୯ ର ଗାଇଡ଼ ଲାଇନ କୁ ଉଲ୍ଲଘଂନ କରି ବାହାଘର ଭୋଜି ହେଉଥିବା ଅଭିଯୋଗ ରେ ପ୍ରଶାସନ ତରଫରୁ ଛଡାଉ କରାଯାଇଥିଲା। ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ରଇତ ଓ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ମିଳିତ ଭାବେ ଟିକବାଲିଗୁଡା ଭୋଜି ଉପରେ ଛଡାଉ କରିଥିଲେ। କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗ ରେ ବାହାଘର ର ଆୟୋଜକ ଗୋପାଳ ଭୁମିଆ ଙ୍କୁ ୧୦ ହଜାର ଟଙ୍କା ଜୋରିମାନା ପକାଇଥିଲେ।ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଚାରଗାଁ ରେ ଏକ ବେଆଇନ ବାହାଘର ଉପରେ ପ୍ରଶାସନ ଅତର୍କିତ ଛଡାଉ କରି ୮ ହଜାର ଟଙ୍କା ଫାଇନ ପକାଇଥିଲେ। ବୋରିଗୁମ୍ମା ଥାନା ଅଞ୍ଚଳରେ ଏପର୍ଯ୍ୟନ୍ତ ୧୦୦ ରୁ ଉର୍ଦ୍ଧ୍ବ ବାହାଘର ନିମନ୍ତେ ଅନୁମତି ନେଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରଶାସନ ର ବାରମ୍ବାର ତାଗିଦ ସତ୍ତ୍ୱେ ଲୋକେ କୋଭିଡ ନିୟମ ଭାଙ୍ଗୁଥିବା ଦେଖାଦେଇଛି। ପ୍ରଶାସନ ଅମାନିଆ ଙ୍କ ଉପରେ ନଜର ରଖିବା ପାଇଁ ସାଧାରଣ ରେ ଦାବୀ ହେଉଛି
IEC 2 years

Comments are closed.