Odisha news

ସ୍ଵାମୀ ହତ୍ୟା ମାମଲାରେ ସ୍ତ୍ରୀ ଦୋଷମୁକ୍ତ

0
ନବରଙ୍ଗପୁର / ବୋରିଗୁମ୍ମା (କେ.ସାକିଲି ଦୋରା)— ନବରଙ୍ଗପୁର ଜିଲ୍ଲା ଦୌରା ଜଜ ଅଶୋକ କୁମାର ପଣ୍ଡା ସ୍ୱାମୀ ହତ୍ୟା ମାମଲାର ଅଭିଯୁକ୍ତ ସ୍ତ୍ରୀଙ୍କୁ ଶୁକ୍ରବାର ନିର୍ଦୋଷ ରେ ଖଲାସ କରିଛନ୍ତି। ଘଟଣା ଅନୁଯାୟୀ, ଏହି ହତ୍ୟା କାଣ୍ଡ କୋଷଗୁମୁଡ଼ା ଥାନା ଅନ୍ତର୍ଗତ ବଣୁଆ ଗାଁରେ ୨୦୧୯ ମସିହା ଫେବୃଆରୀ ମାସ ୫ ତାରିଖ ଦିନ ଘଟିଥିଲା। ଉକ୍ତ ଦିନ ମଧ୍ୟ ରାତ୍ରିରେ କୁଲି ମଜୁରୀ ଟଙ୍କାକୁ ନେଇ ସ୍ୱାମୀ ଈଶ୍ୱର ଅରଫ ଶିବ ଭତରା ଓ ସ୍ତ୍ରୀ ବୋଲମତି ଭତରା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ବୋଲମତି ଏକ ଲୁହା ଛଡ଼ରେ ସ୍ୱାମୀଙ୍କୁ ଆକ୍ରମଣ କରିବାରେ ଈଶ୍ୱର ଙ୍କ ମୃତ୍ୟୁ ଘଟିଥିବା ମୃତକଙ୍କ ସାନଭାଇ ରାମଧର ଭତରା କୋଷଗୁମୁଡ଼ା ଥାନାରେ ଅଭିଯୋଗ କରିଥିଲେ।
ଏତଲାକୁ ଭିତ୍ତି କରି କେସ ନଂ ୧୩/୨୦୧୯ ରେ ପୋଲିସ ମାମଲା ରୁଜ୍ଜୁ କରି ୭ ତାରିଖ ଦିନ ଅଭିଯୁକ୍ତ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା କୁ ଜିଲ୍ଲା ଜଜ ସି ଟି କେସ ନଂ ୨୬/୨୦୧୯ର ବିଚାରଣ କରି ମୋଟ ୧୭ ଜଣଙ୍କ ସାକ୍ଷ ପ୍ରମାଣକୁ ଭିତ୍ତି କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ମୁଦୁଲା ସ୍ତ୍ରୀ ଦଇମତି ଭତରା ଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି। ଏହି ମାମଲାକୁ ଅଭିଯୁକ୍ତଙ୍କ ତରଫରୁ ନବରଙ୍ଗପୁର ର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।
IEC 2 years
Leave A Reply