Odisha news

ବୋରିଗୁମ୍ମା ବ୍ଲକରେ ବାରମ୍ବାର ଅବକାରୀ ଚଡାଉ ସତ୍ତ୍ୱେ ଚୋରା ଦେଶୀ ମଦ ର ବନ୍ଦ ହେଉ ନାହିଁ

0
ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ବ୍ଲକ ହେଉଛି ୩୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ।ବୋରିଗୁମ୍ମା ବ୍ଲକରେ ଚୋରା ମାଦକ ଦ୍ରବ୍ଯ ର ଅଭାବ ନାହିଁ। ଏଠି ଚୋରା ରେ ଦେଶୀ ମଦ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତି। ବ୍ଲକ ର କିଛି ଗ୍ରାମ ରହିଛି ଯେଉଁ ମାନେ ଚୋରା ଦେଶୀ ମଦ କୁ କୁଟୀର ଶିଳ୍ପ କଲେଣି। ସେହି ପରିବାର ମାନଙ୍କ ପାଇଁ ଅର୍ଥ ଉପାର୍ଜନ ର ସହଜ ଓ ସରଳ ଉପାୟ ପାଲଟିଛି ଚୋରା ଦେଶୀ ମଦ। ବ୍ଲକ ର ଲଦୀଯୋଡି ଗ୍ରାମ ହେଉଛି ଚୋରା ଦେଶୀ ମଦ କାରବାର ର ମୁଖ୍ୟ ପେଣ୍ଠସ୍ଥଳୀ। ଏଠାରେ କିଛି ପରିବାର ଆଦିବାସୀ ଓ ହରିଜନ ମାନଙ୍କ ସାହାଯ୍ୟ ରେ ବଣ ଜଙ୍ଗଲ ରେ ଚୋରା ଦେଶୀ ମଦ ପ୍ରସ୍ତୁତ କରି ବ୍ଲକ ର ବିଭିନ୍ନ ସ୍ଥାନ କୁ ଚାଲାଣ କରିଥାନ୍ତି।ଏହା ବ୍ୟତୀତ କିଛି ଗାଁ ରେ ଘରେ ରନ୍ଧା ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି। ଚୋରା ଦେଶୀ ମଦ ପିଇ ଅନେକ ଯୁବକ ଠାରୁ ବୟସ୍କ ଲୋକେ ଅକାଳରେ ମୃତ୍ୟୁ ବରଣ କଲେଣି। ରାସାୟନିକ ସାର ୟୁରିଆ, ବ୍ୟାଟେରୀ ଗୁଣ୍ଡ ଓ ଅନ୍ୟାନ୍ୟ  ରାସାୟନିକ ସାମଗ୍ରୀ ମିଶାଇ ଦେଶୀ ମଦ ପ୍ରସ୍ତୁତ କରିଥାନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି କି ଅବକାରୀ ବିଭାଗ ବାରମ୍ବାର ଚଡାଉ ସତ୍ତ୍ୱେ କାହିଁକି ବନ୍ଦ ହେଉ ନାହିଁ ଚୋରା ଦେଶୀ ମଦ।ଅନ୍ୟପଟେ ଅବକାରୀ ବିଭାଗ ର କମ ସଂଖ୍ୟକ କର୍ମଚାରୀ ଯୋଗୁଁ ଚଡାଉ ଠିକ ଭାବେ ହେଉ ନ ଥିବା କିଛି କର୍ମଚାରୀ ନିଜ ନାମ ଗୋପାଳ ରଖି କହିଛନ୍ତି। ଗୋଟିଏ ଅବକାରୀ ଅଧିକାରୀ କୁ ଏକାଧିକ ଦାୟିତ୍ୱ ସହ କର୍ମଚାରୀ ମରୁଡି ଏହାର କାରଣ ବୋଲି କୁହାଯାଉଛି। ଅନ୍ୟ ପଟେ କିଛି ଅସାଧୁ କର୍ମଚାରୀ ଚୋରା ଦେଶୀ ମଦ ମାଫିଆ ଙ୍କ ସହ ସଲାସୁତୁରା ଯୋଗୁଁ ଅବକାରୀ ଚଡାଉ ବେଳେ କେବଳ ମଦ ଜବତ ହେଉଥିବା ବେଳେ ମଦ ମାଫିଆ ଧରାପଡୁ ନାହାନ୍ତି।ରାଜ୍ୟ ସରକାର ଅବକାରୀ ବିଭାଗ ର କାର୍ଯ୍ୟାଳୟ କୁ ଅବକାରୀ ଥାନାର ମାନ୍ୟତା ଦେଲାଣି। କିନ୍ତୁ ଅବକାରୀ ଥାନା କୁ ଚଳାଇବା ପାଇଁ ଭିତ୍ତିଭୂମି ନାହିଁ।ଯାହାଫଳରେ ବୋରିଗୁମ୍ମା ବ୍ଲକରେ ଚୋରା ଦେଶୀ ମଦ ମାଫିଆ ମାନେ ଦିନ କୁ ଦିନ ସକ୍ରିୟ ହେଉଛନ୍ତି। ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।
IEC 2 years
Leave A Reply