Odisha news

ବୋରିଗୁମ୍ମା ରେ ଭାରତ ବନ୍ଦ ର ପ୍ରଭାବ ନାହିଁ

ବୋରିଗୁମ୍ମା (କେ.ସାକିଲି ଦୋରା)—ଆଜି ଥିଲା ଭାରତ ବନ୍ଦ ଡାକରା।ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ନେଇ ଡାକରା ଦେଇଥିବା ବେଳେ ଏହି ବନ୍ଦ କୁ କଂଗ୍ରେସ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଥିଲେ। କେନ୍ଦ୍ର ରେ କ୍ଷମତାସୀନ  ବିଜେପି ସରକାର କୃଷି ଆଇନ ନୀତି ପ୍ରଣୟନ ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଦୀର୍ଘ ୧୦୦ ଦିନ ହେଲା ଆନ୍ଦୋଳନ କରିଆସୁଛି। ଆଜିର ଭାରତ ବନ୍ଦ ଡାକରା ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ରେ କୌଣସି ପ୍ରକାର ପ୍ରଭାବ ନାହିଁ। ପ୍ରତିଦିନ ଦିନ ଭଳି ଆଜି ସମସ୍ତ ଦୋକାନ ବଜାର ଖୋଲା ରହିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ ଥିଲା।କୃଷଜ ସଙ୍ଘ ର କୌଣସି ସଂଗଠନ କିମ୍ବା କଂଗ୍ରେସ ର କୌଣସି କର୍ମୀ ବନ୍ଦ ରେ ସାମିଲ ନ ଥିଲେ। କେବଳ ବିଦ୍ୟାଳୟ ଗୁଡିକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଜେ ବନ୍ଦ କରିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଖୋଲା ରହିଥିଲା।ଲୋକମାନେ ଖୋଲା ଖୋଲି ଭାବେ ଚଳାଚଳ କରୁଥିବା ଦେଖଗାଦେଇଥିଲା। ବୋରିଗୁମ୍ମା ସହରରେ ବନ୍ଦ ର କୌଣସି ପ୍ରଭାବ ନାହିଁ କହିଲେ ଚଳେ।
Nalco

Comments are closed.