Odisha news

ଡିଗ୍ରୀ ମହାବିଦ୍ୟାଳୟ ରେ କୃଷି ଓ ଫସଲ ବୀମା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ।

ବୋରିଗୁମ୍ମା (କେ.ସାକିଲି ଦୋରା )– ବୋରିଗୁମ୍ମା ସ୍ଥିତ ସ୍ଥାନୀୟ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଠାରେ ସହୀଦ ଦିବସରେ କୃଷି ଓ ଫସଲ ବୀମା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଅର୍ଥନୀତି ବିଭାଗ ର ଦ୍ୱାରା ପରିଚାଳିତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ବି ଇ ଡ଼ି ଟି ର ସଭାପତି ରାମଚନ୍ଦ୍ର ପାଢୀ  ଓ ସମ୍ପାଦକ କେ.ନାଗରାଜ ଦୋରା ଦୋରା ଯୋଗ ଦେଇ ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ସହୀଦ ଭଗତ ସିଂ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ନିରଞ୍ଜନ ପ୍ରଧାନ ଓ ପ୍ରସନ୍ନ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇ ଫସଲ ବୀମା ସମ୍ପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ  ସଦାଶିବ ତ୍ରିପାଠୀ କୃଷି ଆଇନ ଓ ଧାନ ଚାଷ ବିଷୟରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ଆଲୋଚନା ଚକ୍ର କୁ ଅର୍ଥନୀତି ବିଭାଗ ର ପରିଚାଳନା କରିଥିବା ବେଳେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭି.ଚିରଞ୍ଜିବି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ, ସନ୍ତୋସିନୀ ପାଢୀ, ଅନୁପ୍ରିୟା ଵାଲା, ଜଗଦୀଶ ପାଣିଗ୍ରାହୀ, ସନ୍ତୋଷ ବ୍ରତ ଡାକୁଆ, ଦେବେନ୍ଦ୍ର ନାଥ ପଣ୍ଡା ଓ ପି. ଗୁପ୍ତେଶ୍ଵର ରାଓ ପ୍ରମୁଖ ସହଯୋଗ କରିଥିଲେ।
କେ.ସାକିଲି ଦୋରା।

Comments are closed.