Odisha news

କାହା ସ୍ବାର୍ଥ ରେ କେନ୍ଦ୍ରୀୟ ପାଠାଗାର ? ଉଦଘାଟନ ର ଏକ ମାସ ପରେ ମଧ୍ୟ ଖୋଲାଯାଉ ନାହିଁ

0
ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଲକ ର ବୁଦ୍ଧିଜୀବୀ ତଥା ସାଧାରଣ ଲୋକ ମାନଙ୍କ ପାଇଁ ବ୍ଲକ ପରିସରରେ କେନ୍ଦ୍ରୀୟ ପାଠାଗାର ଖୋଲାଯାଇଥିଲା।ଗତ ଫେବୃଆରୀ ୩ ତାରିଖ ଦିନ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେନ୍ଦ୍ରୀୟ ପାଠାଗାର ର ଶୁଭ ଉଦଘାଟନ କରିଥିଲେ।।ଉଦଘାଟନ ସମୟରେ ବ୍ଲକ ପ୍ରଶାସନ ଉପସ୍ଥିତ ଥିଲେ। ଜିଲ୍ଲା ଡ଼ି ଏମ ଏଫ ପାଣ୍ଠିରୁ ୧୦ ଲକ୍ଷ ବ୍ୟୟ ରେ ନିର୍ମିତ କେନ୍ଦ୍ରୀୟ ପାଠାଗାର ଉଦଘାଟନ ପର ଦିନ ଠାରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।ପ୍ରକୃତରେ ସହର ମଧ୍ୟରେ ପାଠାଗାର ନିର୍ମାଣ ହୋଇଥାଏ। କିନ୍ତୁ ବିଡିଓ ପ୍ରଣୟ ରଞ୍ଜନ ବେହେରା ମହାଶୟ କିପରି ଭାବେ ସହର ମଧ୍ୟରେ କେନ୍ଦ୍ରୀୟ ପାଠାଗାର ନିର୍ମାଣ ନ କରି କାହା ସ୍ଵାର୍ଥ ରେ ବ୍ଲକ ପରିସରରେ ପାଠାଗାର ନିର୍ମାଣ କଲେ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଙ୍କି ମାରୁଛି। ଅନ୍ୟପଟେ କେନ୍ଦ୍ରୀୟ ପାଠାଗାର ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ତେବେ ପାଠାଗାର ର ଉଦଘାଟନ ର ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ହେଲାଣି କାହିଁକି ସାଧାରଣ ଲୋକଙ୍କ ପାଇଁ ଖୋଲୁ ନାହିଁ। କାହା ଅଧୀନରେ ରେ କେନ୍ଦ୍ରୀୟ ପାଠାଗାର କୁ ଜିମା ଦିଆଯାଇଛି ଓ କେତେ ବହି ପାଠାଗାର ରେ ଗଛିତ ଅଛି ସାଧାରଣ ଲୋକଙ୍କୁ ଜଣା ନାହିଁ।ଇତି ମଧ୍ୟରେ କୋରାପୁଟ ଜିଲ୍ଲା ରେ ଯୋଗ ଦେଇଥିବା ଜିଲ୍ଲାପାଳ ମହମ୍ମଦ ଅଖତର ବ୍ଲକ ଗ୍ରସ୍ତ ଦିନ ବିଡିଓ ଶ୍ରୀ ବେହେରା ଜିଲାପାଳ ଙ୍କୁ କେନ୍ଦ୍ରୀୟ ପାଠାଗାର ବୁଲାଇଥିଲେ। ଜିଲାପାଳ କେନ୍ଦ୍ରୀୟ ପାଠାଗାର ବୁଲି ଅସନ୍ତୋଷ ପ୍ରକାଶ କରିବା ସହ ସହର ମଧ୍ୟରେ କାହିଁକି ପାଠାଗାର ଖୋଲାଗଲା ନାହିଁ  ବୋଲି ବିଡିଓ ଙ୍କୁ ପ୍ରଶ୍ନ କରିଥିଲେ। ଦୀର୍ଘ ଦିନ ପରେ ବୋରିଗୁମ୍ମା ସଦର ମହକୁମା ରେ ପାଠାଗାର ଟିଏ ନିର୍ମାଣ ହେଲା। ସାଧାରଣ ଲୋକ ବି ଖୁସିଥିଲେ। ତେବେ ସାଧାରଣ ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା କେନ୍ଦ୍ରୀୟ ପାଠାଗାର ସାଧାରଣ ଲୋକଙ୍କ ପାଇଁ କେବେ ଖୋଲିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ବିଡିଓ କାହିଁକି ପାଠାଗର ଖୋଲିବାକୁ ଦେଉ ନାହାନ୍ତି,ତାକୁ ନେଇ ମଧ୍ୟ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।
Nalco
Leave A Reply