ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଦ୍ଵିତୀୟ ପର୍ଯ୍ୟାୟ କୋବିଡ଼ ଟୀକାକରଣ ଆଜି ଆରମ୍ଭ ହୋଇଯାଇଛି।ଯେଉଁ ମାନେ ପ୍ରଥମ ପର୍ଯ୍ୟାୟରେ କୋବିଡ଼ ଟୀକା ନେଇଥିଲେ, ସେହିମାନେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଟୀକା ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଶା, ଅଙ୍ଗନବାଡି କର୍ମୀ, ଆଇ ସି ଡ଼ି ଏସ ର ସୁପରଭାଇଜର ମାନେ ଗତ ମାସ ୧୬ ତାରିଖରେ କୋବିସିଲଡ଼ ଟୀକା ନେଇଥିଲେ। ଠିକ ୨୮ ଦିନ ପରେ ସେହିମାନେ ଦ୍ଵିତୀୟ ପର୍ଯ୍ୟାୟରେ କୋବିଡ଼ ଟୀକା କୋବିସିଲଡ଼ ନେଇଛନ୍ତି। ଆଶା, ଅଙ୍ଗନବାଡି କର୍ମୀ ଓ ମେଡିକାଲ କର୍ମଚାରୀ ମାନେ କୋବିଡ଼ ଟୀକା ନେଇଥିଲେ।
ପୂର୍ବ ପରି କୋବିଡ଼ ଟୀକା ନେବା ପରେ ଅଧ ଘଣ୍ଟା ଅବଜେରବେଶନ ରଖା ଯାଉଥିଲା।ଟୀକା ନେବା ପରେ କୌଣସି ଲୋକ ର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇ ନ ଥିଲା। ଆଜି ମୋଟ ୨୦୮ ଲୋକଙ୍କୁ କୋବିଡ଼ ଟୀକାକରଣ ନେଇ ପ୍ରସ୍ତୁତି ଥିବା ବେଳେ ଓଡ଼ିଶା ବନ୍ଦ ପାଇଁ କେବଳ ୯୫ ଜଣ କୋବିଡ଼ ଟୀକା ନେଇ ପାରିଛନ୍ତି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ଦ୍ଵିତୀୟ ପର୍ଯ୍ୟାୟ କୋବିଡ଼ ଟୀକାକରଣ ମେଡ଼ିକାଲ ଅଧିକାରୀ ଡ଼.ରାଜାରାମ ସ୍ୱାଇଁ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ଏ ଏନ ଏମ କୁନି ସାହୁ, ଉର୍ମିଳା ମାଝୀ, ଗୀତାଞ୍ଜଳି ଚୌଧୁରୀ, ବି ଡ଼ି ଏମ ସତ୍ୟ ବାଡ଼ତ୍ୟା, କ୍ଷୀରାବଧି ବେହେରା,ମେଡ଼ିକାଲ କର୍ମଚାରୀ ବସନ୍ତ ପଣ୍ଡା, ଗୋଲକ ଚୌଧୁରୀ, ପଦ୍ମ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଟୀକାକରଣ ରେ ସହଯୋଗ କରିଥିଲେ।
Comments are closed.