ବୋରିଗୁମ୍ମା (ସ.ବ୍ୟୁ)— ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ଠାରେ ସ୍ୱାଧୀନ ମେମୋରିଆଲ ଭଲିବଲ ଟୁରନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ।ଫାଇନାଲରେ କୋଟପାଡ଼ ଓ ନବରଙ୍ଗପୁର ମଧ୍ୟରେ ଭଲିବଲ ଖେଳ ଅନୁଷ୍ଠିତ ହୋଇଥିଲା। କୋଟପାଡ଼ ଦଳ ଫାଇନାଲରେ ବିଜୟୀ ହୋଇଥିଲେ। ବିଜୟୀ ଦଳ କୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପୁରସ୍କାର ମୁଖ୍ୟ ଅତିଥି ଶ୍ରୀମତୀ ଦିଆନ ପ୍ରଦାନ କରିଥିଲେ। ରନର ଦଳ କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଭଲିବଲ ଟୁରନାମେଣ୍ଟ ରେ ଆଖପାଖ ଅଞ୍ଚଳର ପ୍ରାୟ ୧୬ ଗୋଟି ଦଳ ଭାଗ ନେଇଥିଲେ। ଗତ ଜାନୁଆରୀ ମାସ ୨୬ ରୁ ଖେଳ ଆରମ୍ଭ ହୋଇଥିଲା। ଅନ୍ୟ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି କେଶବ ପଣ୍ଡା, ସ୍ଥାନୀୟ ସରପଞ୍ଚ ତ୍ରିନାଥ ଭତରା,ସମିତି ସଭ୍ୟ ପର୍ଶୁରାମ ଗୌଡ଼, ଗ୍ରାମରକ୍ଷୀ ହୀରଣ ଜୟ ହରିଜନ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ଭଲିବଲ ଟୁରନାମେଣ୍ଟ କୁ ଆଉଁଳି ଖ୍ରୀଷ୍ଟିୟାନ ଯୁବ ସମାଜ ର କର୍ମକର୍ତ୍ତା କରେଶ ଚନ୍ଦ୍ର ନାୟକ, ଜଞ୍ଜିର କୁମାର ନାୟକ, ସତ୍ୟବାନ ନାୟକ,ସାନବାବୁ ନାୟକ,ରାଜେଶ ନାଗ, ସୁନା ହିଆଲ, ପ୍ରଭାତ ନାଗ,ସୁନୀଲ ନାୟକ, ରାଜୁ ନାୟକ, ସଲଥିନ ଦାନ ପ୍ରମୁଖ ଆୟୋଜନ କରିଥିଲେ।ଏହି ଭଲିବଲ ଟୁରନାମେଣ୍ଟ ଟି ସ୍ବର୍ଗତ ସ୍ୱାଧୀନ କୁମାର ନାୟକ ଙ୍କ ସ୍ମୃତି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା।
Comments are closed.