ବୋରିଗୁମ୍ମା (କେ.ସାକିଲି ଦୋରା।) —-ନାଟକୀୟ ଢଙ୍ଗ ରେ ଗାଡି ଲୁଟ କରି ଗାଡ଼ି ଚାଳକ କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ।ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ଥାନା ଅଞ୍ଚଳରେ। ଭୁବନେଶ୍ୱର ରୁ ଗାଡି ଭଡା ନେବା ପାଇଁ ଏକ ମିଛ ଦମ୍ପତି ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳ ର ସୁଧିର ସାହୁ ଙ୍କୁ ଫୋନ କରିଥିଲେ। ୪୫ ବର୍ଷୀୟା ସୁଧିର ଜଣେ କାର ମାଲିକ ଓ ନିଜେ କାର ଚଲାନ୍ତି। କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ଶୈବ ପୀଠ ବୁଲିବା ସହ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଦେଖିବେ। ରବିବାର ଦିନ ସୁଧିର ସାହୁ ଓ ଦମ୍ପତି କୋରାପୁଟ ଜିଲ୍ଲା ଅଭିମୁଖେ ହୁଣ୍ଡାଇ କାର (ଓଡ଼ି ୦୨ ବିହେ – ୩୯୯୮) ଯୋଗେ ଯାତ୍ର କରିଥିଲେ। ସେମାନେ ବ୍ରହ୍ମପୁର ଦେଇ ରାୟଗଡା ରେ ପହଞ୍ଚି ଥିଲେ। ସେଠାରେ ଗାଡି ମାଲିକ ତଥା ଚାଳକ ସୁଧିର ଙ୍କ ସାନ ଭାଇ କେଦାରନାଥ ସାହୁ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ରାୟଗଡା ରେ ଭାଇ ସହ ଫୋନ ରେ କଥା ହେବା ସହ ନିଜ ସ୍ତ୍ରୀ ସହ ସୋମବାର ରାତ୍ର ୧୧ ରେ ଶେଷ କଥା ହୋଇଥିଲେ।
ମଙ୍ଗଳବାର ଦିନ ପରିବାର ଲୋକେ ସୁଧିର କୁ ଫୋନ କଲା ବେଳେ ଫୋନ ସ୍ୱିଚ ଅଫ କହିଥିଲା। ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ବୁଧବାର ଦିନ ଖଣ୍ଡଗିରି ଥାନା ରେ ମିସିଙ୍ଗ କେସ ପ୍ରଦାନ କରିଥିଲେ। ଖଣ୍ଡଗିରି ପୋଲିସ ତତ୍ପରତା ପ୍ରକାଶ କରି ତୁରନ୍ତ କାର ଓ ମୋବାଇଲ ର ଲୋକେସନ ଟ୍ରାକ କରିଥିଲେ। ଲୋକେସନ ବୋରିଗୁମ୍ମା ଥାନା ଅଞ୍ଚଳ ର ବୋଲି ଦର୍ଶାଇବା ବେଳେ ଛତ୍ରଲା ର କିଛି ଲୋକ ରାସ୍ତା କଡ଼ ଜମିରେ ଏକ ମୃତଦେହ ପଡ଼ିଛି ବୋଲି ବୋରିଗୁମ୍ମା ପୋଲିସ କୁ ଖବର ଦେଇଥିଲେ। ଇତି ମଧ୍ୟରେ ପୋଲିସ ରାୟଗଡା ରେ ରହୁଥିବା ସୁଧିର ଙ୍କ ସାନ ଭାଇ କୁ ମୃତ ଭାଇ ର ଫୋଟ ପଠାଇଲେ। ଭାଇ ର ଫୋଟ ଚିହ୍ନି କେଦାର ବୋରିଗୁମ୍ମା ଆସିଥିଲେ। ମୃତ ସୁଧିର ଙ୍କ ପାଖରେ କେବଳ ଜୋତା ପଡିଥିବା ବେଳେ ତାଙ୍କ କାର,ମୋବାଇଲ ଓ ପର୍ସ ନ ଥିଲା।
ତେବେ ଅପରାଧୀ ମାନେ ସୁଧିର କୁ ହତ୍ୟା କରି କେଉଁଆଡ଼େ ଚାଲୁଯାଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି କି ସୁଧିର କୁ ହତ୍ୟା କିଏ କଲା। କାର ଭଡା ନେଇଥିବା ଦମ୍ପତି କଲେ ନା ଅନ୍ୟ କିଛି ଅଛି ରହସ୍ୟ।ହତ୍ୟା କେଉଁଠି କରିଥିଲେ। ମଙ୍ଗଳବାର ଦିନ ସାରା ସୁଧିର ଓ ଦମ୍ପତି କେଉଁଠି ଥିଲେ। ପୋଲିସ ଏହାର ତନାଘନା ଚଳାଇଥିବା ବେଳେ ମୃତ ସୁଧିର ଙ୍କ ସାନ ଭାଇ ଙ୍କ କେଦାର ଙ୍କ ଏତଲା କ୍ରମେ ବୋରିଗୁମ୍ମା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଥାନା କେସ ନମ୍ବର ୨୦ / ୨୦୨୧ ଦଫା ୩୦୨.୩୮୨.୨୦୧ ଓ ୩୪ ରୁଜୁ କରିଛନ୍ତି। ଗତକାଲି ସାଇଣ୍ଟିଫିକ ଟିମ ଘଟଣା ସ୍ଥଳ କୁ ଯାଇ ଛାନଭିନ କରିଛି।ପ୍ରକାଶ ଥାଉକି ସୁଧିର ବିଭାହିତ ତାଙ୍କର ୮ ବର୍ଷ ର ପୁଅ ଓ ୪ ବର୍ଷ ର ଗୋଟିଏ ଝିଅ ଥିବା ପରିବାର ଲୋକେ କହିଛନ୍ତି। ଆଜି ମୃତ ସୁଧିର ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ମୃତ ଦେହ କୁ ଭୁବନେଶ୍ୱର ନେଇଥିବା ଜଣାଯାଇଛି।