Odisha news

ଛାତ୍ରଛାତ୍ରୀଙ୍କ ଘରେ ବହି ପହଂଚାଇଲେ ବିରସ୍ୱତୀ ସରକାରୀ ସ୍କୁଲ୍ ଶିକ୍ଷୟତ୍ରୀ

0

କେନ୍ଦ୍ରାପଡା :- ମହାମାରୀ କରୋନା ପାଇଁ ସାରା ଦେଶ ଲକ୍ଡାଉନ୍ ଥିବା ସହିତ ବିଦ୍ୟାଳୟ ଗୁଡିକ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ବିଦ୍ୟାଳୟ ଗୁଡିକ ବନ୍ଦ୍ ଥିବାରୁ ପାଠପଢାରେ ବ୍ୟାହତ ସୃଷ୍ଟି ନହେବା ପାଇଁ ଛାତ୍ରଛାତ୍ରୀଙ୍କ ଘରେ ବହି ଆସନ୍ତା ୨୫ ତାରିଖ ମଧ୍ୟରେ ପହଂଚାଇବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ କତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଫଳରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଘର ଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ବହି ବାଂଟିବା ଆରମ୍ଭ କରିଛନ୍ତି । ଶନିବାର ଦିନ କେନ୍ଦ୍ରାପଡା ବ୍ଲକ୍ ଅର୍ନ୍ତଗତ ବିରସ୍ୱତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରନôମାଳୀ ପଣ୍ଡା ଏବଂ ସହକାରୀ ଶିକ୍ଷୟତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦି୍ୱତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୨ ଜଣ ଛାତ୍ରଛାତ୍ରୀମାନଙ୍କ ଘରେ ପହଂଚିି ବହି ବଂଟନ କରାଯାଇଛି । ଏହି ବହି ବଂଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟତମ ବରିଷ୍ଠ ସହକାରୀ ଶିକ୍ଷୟତ୍ରୀ କାକୁଲି ମଲ୍ଲିକ୍ ,ଗୀତାଞ୍ଜଳୀ ବେହେରା ଓ ସଜ୍ଞା ସାଗରିକା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply