ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପଙ୍ଗାରସିଂହ ପଂଚାୟତ ଅନ୍ତର୍ଗତ ଭୋଗଡା ଗ୍ରାମର ଜଣେ ପୂର୍ବତନ ସରପଂଚଙ୍କ ଘରେ ରାତି ଅଧରେ ୧୦/୧୫ ଜଣ ଦୁବୁର୍ତ ମାରଣାସ୍ତ୍ରରେ ସଜ୍ଜିତ ହୋଇ ସଂପୃକ୍ତ ବ୍ୟକ୍ତିଙ୍କ ସିରିଏଲ ଭାବରେ ବୋମାମାଡ କରି ମାରଣାସ୍ତ୍ର ଦ୍ୱାରା ଘର ପରିବାରର ୩ ଜଣ ସଦସ୍ୟଙ୍କୁ ଆହତ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଡକାୟତି କରି ଫେରାର ହୋଇଯାଇଥିବାର ଜଣା ପଡିଛି । ଏହି ବୋମାମାଡରେ ଗ୍ରାମବାସୀ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି ।
ଆହତମାନେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିସôିତ ହେଉଛନ୍ତି । ବାଙ୍କୀ-ସିମୋର ରାସ୍ତାର ଭୋଗଡା ବାଲୁଙ୍କେଶ୍ୱର ଦେବ ମନ୍ଦିର ନିକଟରେ ସୁକାନ୍ତ ଜୟସିଂହଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ଦୁବୁର୍ତମାନେ ବିଭିନ୍ନ ମାରଣାସ୍ତ୍ର ଏବଂ ବୋମାଧରି ଘରର ପଛ କବାଟକୁ ଶାବଳରେ ଭାଙ୍ଗି ପଶିବାକୁ ଚେଷ୍ଟା କରିଥିଲେ । ଏଥିରେ ଶ୍ରୀ ଜୟସିଂହଙ୍କ ପରିବାର ସଦସ୍ୟ କବାଟ ଭାଙ୍ଗିବା ଶଦ୍ଦକୁ ଶୁଣି ନିଜକୁ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିଲେ । ଏହି ସମୟରେ ଏକ ବୋମା ମାଡ କରିବାରୁ ଶ୍ରୀ ଜୟସିଂହ ଓ ତାଙ୍କ ପୁଅ ଆଘାତ ପାଇ ତଳେ ପଡିଯାଇଥିବା ବେଳେ ଡକାୟତମାନେ ଏହାର ସୁଯୋଗ ନେଇ ଘର ଭିତରକୁ ପ୍ରବେଶ କରିଥିଲେ । ସୁକାନ୍ତ ଓ ସୌମ୍ୟଙ୍କୁ ମାଡ ମାରିବା ପରେ ଘର ଭିତରେ ପ୍ରବେଶ କରି ସୁନା ଗହଣା ଓ ଟଙ୍କା ଲୁଟିବା ସମୟରେ ସୁକାନ୍ତ ପତ୍ନୀ ଲାବଣ୍ୟ ଭୟରେ ଛାତ ଉପରକୁ ଯାଇ ଡେଇଁ ପଡି ପଡିଶା ଘରେ ଜୀବନ ବିକଳରେ ପଶି ଯାଇଥିଲେ ।
ସ୍ଥାନୀୟ ଲୋକମାନେ ବୋମା ମାଡ ଓ ଚିକôାର ଶୁଣି ଉଠି ପଡି ଘଟଣାସ୍ଥଳକୁ ଆସୁଥିବା ସମୟରେ ସେମାନଙ୍କ ଉପରକୁ ବୋମା ମାଡ କରିବା ଫଳରେ ଗ୍ରାମର ନୀଳ ବଲିୟାରସିଂହ ଓ ମେଳଛ ଦଳେଇ ଆହତ ହୋଇଥିଲେ । ସେହି ସମୟରେ ବାଘମାରୀ ପୋଲିସକୁ ପାଟ୍ରୋଲିଙ୍ଗ ଯାଇଥିବାରୁ ଲୋକମାନେ ଫୋନରେ ଏହି ଘଟଣା ସମ୍ପର୍କରେ ଜଣାଇବାରୁ ସେ ତୁରନ୍ତ ଆସି ଘଟଣା ସ୍ଥଳରେ ପହଂଚିବା ସହ ସିରିଏଲ ଭାବରେ ବୋମା ମାଡ କରିବା ଯୋଗୁ ଭୟରେ ପଶିବାକୁ ସାହାସ ଜୁଟାଇ ପାରି ନଥିଲେ । ପରେ ସେମାନେ ଲୁଟ କରି ପଳାଇବା ପରେ ପୋଲିସ ପହଂଚି ସୁକାନ୍ତ,ଲାବଣ୍ୟ ଓ ସୌମ୍ୟଙ୍କୁ ଚିକିସôା ନିମିତ ପଠାଇଥିଲେ ।
ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସୁକାନ୍ତ ଓ ସୌମ୍ୟଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ ଓ ଲାବଣ୍ୟଙ୍କୁ ଏକ ଘରୋଇ ହସପିଟାଲରେ ଚିକିସôା ପାଇଁ ଭର୍ତି ହୋଇଥିଲେ ।ବାଘମାରୀ ଥାନା ଅଧିକାରୀ ପ୍ରଣିତା ପଟ୍ଟନାୟକ ,ସାଂଇଟିଫିକ ଟିମ ଓ ସନ୍ଧାନୀ କୁକୁର ପହଂଚି ଘଟଣାର ତଦନ୍ତ କରୁଥିବା ସମୟରେ ଆଇଜି ଆଶିଷ ସିଂହ,ଏସପି ଅଜୟ ପ୍ରତାପ ସ୍ୱାଇଁ ,କଟକ,ନୟାଗଡ ଏସପି ପ୍ରମୁଖ ପହଂଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଘଟଣା ସ୍ଥଳରେ ବର୍ତମାନ ସୁଦ୍ଧା ପୋଲିସ ଫୋର୍ସ ମୃତୟନ ଅଛନ୍ତି । ଏ ନେଇ ସୌମ୍ୟ ରଞନ ବାଘମାରୀ ଥାନାରେ ୧୦ /୧୨ ଭରି ଓଜନର ସୁନା ଗହଣା ନେଇଯାଇଛନ୍ତି ବୋଲି ପୋଲିସ ପାଖରେ ଅଭିଯୋଗ କରିଛନ୍ତି ।
ସୂଚନା ଥାଉକି ପୂର୍ବରୁ ଗତ ଏପ୍ରିଲ ମାସ ୨୯ ତାରିଖ ଦିନ ଦିନିଆରୀ ଗ୍ରାମରେ ଯୋଗିନାଥ ବଳିୟାରସିଂହଙ୍କ ଘରେ ବୋମା ମାଡ କରି ସୁନା ଗହଣା ଲୁଟି ନେବା ସହ ଯୋଗିନାଥଙ୍କୁ ଆହତ କରିଦେଇଥିଲେ । ପରେ ମେ ମାସ ୧୪ ତାରିଖରେ ସିମୋର ପଂଚାୟତର ସିମୋର ପାଟଣା ଗ୍ରାମର ବଳଭଦ୍ର ମାଝୀଙ୍କ ଘରୁ ସୁନା ଗହଣା ଓ ଟଙ୍କା ଲୁଟ ହୋଇଥିଲେ ମଧ୍ୟ ଆଜିଯାଏଁ ପୋଲିସ ଡକାୟତି କରୁଥିବା ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇପାରିନାହିଁ ବୋଲି ଜଣା ପଡିଛି ।