Odisha news

ଫାସିଓଦା ପଞ୍ଚାୟତରୁ ୨ କରୋନା ପଜିଟିଭ ଚିହ୍ନଟ: ୫ଦିନ ଯାଏଁ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ

0

ବୋଲଗଡ : କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଏହି ସଂକ୍ରମଣ ରୋକିବାପାଇଁ ସଟ୍ଡାଉନ ଓ ଲକ୍ ଡାଉନ ପକ୍ରିୟା ଜାରୀ ରହିଥିଲେ ମଧ୍ୟ କେତେକ ଅମାନିଆ ଲୋକଙ୍କ ଯୋଗୁଁ ଏହା ବଢି ଚାଲିଛି । ଏହି ପରୀପ୍ରେକ୍ଷୀରେ ବୋଲଗଡ ବ୍ଲକରେ ବୁଧବାର ସୁଦ୍ଧା କରୋନା ପଜିଟିଭ୍ ସଂଖ୍ୟା ୫୦ ପାର କରିଛି । ଗତ ୨୪ଘଣ୍ଟା ମଧ୍ୟରେ ଫାସିଓଦା ପଞ୍ଚାୟତର୨, ଡାବରଧୁଆ ପଞ୍ଚାୟତରେ ୧ ,ପିଚୁକୁଳି କ୍ୱାରେଣ୍ଟାଇନ କେନ୍ଦ୍ରରୁ ୨, କଡବ ପଞ୍ଚାୟତର ଖଣତି ଗ୍ରାମରୁ ୧, ଧଳାପଥର ପଞ୍ଚାୟତର ଠଣାପଲୀ ଗ୍ରାମରୁ ୧ ଓ ବୋଲଗଡ ବେଗୁନିଆ ବ୍ଲକ ଦୁଇଟିର ସ୍ୱାବ ନମୁନା ପରୀକ୍ଷା କେନ୍ଦ୍ରରେ ଥିବା ମାଣିବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୋଭିଡ ସେଣ୍ଟରରୁ ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।

ଯାହାଫଳରେ ବୋଲଗଡ ବ୍ଲକରେ କରୋନା ରୋଗ ହୁ ହୁ ହୋଇ ବଢି ଚାଲିଛି । ଏହି ପରୀପ୍ରେକ୍ଷୀରେ ଫାସିଓଦା ପଞ୍ଚାୟତର ସରପଞ୍ଚ ସ୍ୱତନ୍ତ୍ର ଜିଲ୍ଲାପାଳ କ୍ଷମତା ବଳରେ ପଞ୍ଚାୟତର ସମସ୍ତ ଗ୍ରାମକୁ ଶୁକ୍ରବାର ପର୍ଯ୍ୟନ୍ତ ୩ଦିନ ଯାଏଁ ସଟ୍ ଡାଉନ ଘୋଷଣା କରିଛନ୍ତି । ଏହା ସହିତ ସ୍ୱାମୀ,ସ୍ଥ୍ରୀ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବୃନ୍ଦାବନପୁର ଗ୍ରାମ ସହିତ ଦିଘିରୀ ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ କରୋନା ପଜିଟିଭ ଚିହ୍ନଟ ଦମ୍ପତ୍ତି ଗ୍ରାମରେ ଜଳଖିଆ ଦୋକାନ କରି ବହୁ ଗ୍ରାହକଙ୍କ ସହିତ ମିଶି ଥିବାରୁ ଏହାକୁ ନେଇ ଲୋକମାନେ ଆତଙ୍କିତ ହୋଇଛନ୍ତି । ସରପଞ୍ଚ ବ୍ରଜକିଶୋର ପାତ୍ର ବୁଧବାର ଦିନ ଅଗ୍ନିସମ ବିଭାଗ ସହୟାତାରେ ଭୀମପଡା ବଜାର,ଟାଙ୍ଗିସାହି ବଜାର, ପଞ୍ଚାୟତ କାର୍ଯ୍ୟାଳୟ,କ୍ୱାରେଣ୍ଟାଇନ କେନ୍ଦ୍ର, ବୃନ୍ଦାବନପୁର ଓ ଦିଘିରୀ ଗ୍ରାମକୁ ସାନିଟାଇଜ କରିଛନ୍ତି ।

Nalco
Leave A Reply