Odisha news

ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୁଦ୍ଧରେ ତହସିଲଦାରଙ୍କୁ ମହିଳାଙ୍କ ଦାବୀପତ୍ର

0

ବୋଲଗଡ ତା ୦୨/୦୭ – କରୋନା ମହାମାରୀ ଯୋଗୁ ସାଧାରଣ ଜନତାଙ୍କ ଜୀବନଯାପନ ଓ ରୋଜଗାରର ପନ୍ଥା ଏକପ୍ରକାର ଠପ୍ ହୋଇଯାଇଥିଲାବେଳେ ଦାଉ ସାଧୁଛି ଘରୋଇ ମାଇକ୍ରୋ ଫାଇନାନ୍ସ ସଂସ୍ଥା । ଗରୀବ ନିରୀହ ମହିଳାମାନଙ୍କୁ କମ ସୁଧର ଲୋଭ ଦେଖାଇ ଋଣ ଦେଇଥିବା ଏହି ସଂସ୍ଥାମାନଙ୍କ କର୍ମଚାରୀ ମାନେ ସୁଧମୂଳ ସହ କିସ୍ତିଟଙ୍କା ଅସୁଲ କରିବାପାଇଁ ନିର୍ଯ୍ୟାତନା ଦେଉଛନ୍ତି । ସେମାନେ ଗାଁ ଗାଁ ବୁଲି ମହିଳାମାନଙ୍କୁ ଧମକ ଚମକ ଦେଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । ଏହା ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଆଦିବାସୀ ମହିଳାମାନେ ସ୍ୱର ଉତ୍ତୋଳନ କରିଥିବା ବେଳେ ଏବେ ଅଭିଯୋଗ ଆସିଛି ପ୍ରଶାସନ ନିକଟକୁ ।

ଗତ ବୁଧବାର ଦିନ ବୋଲଗଡ ବ୍ଲକର ଶତାଧିକ ଆଦିବାସୀ ଓ ହରିଜନ ମହିଳାମାନେ ଯୁବନେତା ଆଲୋକ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ବୋଲଗଡ ତହସିଲଦାରଙ୍କୁ ଏହି ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୁଦ୍ଧରେ ଅଭିଯେଗ ଦାଖଲ କରିଛନ୍ତି ।

କଳାପଥର ଓ ରାଜସୁନାଖଳାରେ ଥିବା ସାଟିନ୍ ,ଭେୟା,ଏସକେଏସ୍,ଏଲ ଆଣ୍ଡ ଟି ପ୍ରଭୃତି ସଂସ୍ଥାମାନେ ଦେଇଥିବା ଋଣକୁ ଆଦାୟ କରିବାପାଇଁ ପାଟପୁର ଶାସନ ପଞ୍ଚାୟତରଖାଉଡପଲ୍ଲୀ,କାଦୁଆପଡା, ପାଟପୁର,ସାନନୟାପଲ୍ଲୀ ପ୍ରଭୃତି ଗ୍ରାମର ବହୁ ମହିଳାମାନଙ୍କ ଘରକୁଯାଇ ଧମକ ଚମକ ଦେଇ କିସ୍ତି ଟଙ୍କା ନେବା ପାଇଁ ଅଡିବସୁଛନ୍ତି ଏବଂ ପଇସା ନଦେଲେ ତୁମମାନଙ୍କୁ ପୁଲିସ ଲଗାଇ ଗିରଫ କରାଯିବ ବୋଲି ବାରମ୍ବାର ଧକମ ଦେଉଛନ୍ତି । ଏହା ବିରୁଦ୍ଧରେ ଆଦିବାସୀମହିଳାଙ୍କ ନେତ୍ରୀ ସୁମତି ପ୍ରଧାନ, ସଞ୍ଜୁଦେଇ, ମମି ପ୍ରଧାନ,ସରୋଜିନୀ ପ୍ରଧାନ, ସିନୀ ନାଏକ, ଭାରତୀ ନାଏକ, ସୁରେଖା ଦେଇ, ପେମି ଦେଇ, ଝୁନୁ ନାଏକ, ପଦ୍ମାବତୀ ନାଏକ, ଶାନ୍ତିଲତା ଦେଇ, ଗୀତାରଣୀ ଦେଇ, ସଜନୀ ନାଏକ,ଛାୟା ଦେଇ, ତୁଳସୀ ପ୍ରଧାନ, ରୀତା ପ୍ରଧାନ, ଅହଲ୍ୟା ଦେଇ,ଅନୁସୂୟା ପ୍ରଧାନଙ୍କ ସମେତ ଶତାଧିକ ଆଦିବାସୀ ମହିଳା ବୋଲଗଡ ତହସିଲଦାର ମୋନାଲିସା ପଣ୍ଡାଙ୍କୁ ସାକ୍ଷାତ କରି ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୁଦ୍ଧରେ ଲିଖିଥ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ଋଣ ଟଙ୍କା ଛାଟ କରିବା ସହିତ ଆବଶ୍ୟକ ସ୍ଥଳେ ପରିଶୋଧର ସମନୟସୀମା ଘୁଞ୍ଚାଇବା ପାଇଁ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ।

Nalco
Leave A Reply