Odisha news

ପେଟ୍ରୋଲ ଡିଜେଲ ଦରବୃଦ୍ଧି ବିରୁଦ୍ଧରେ ଗର୍ଜିଲେ ବୋଲଗଡ କଂଗ୍ରେସ କର୍ମି

0

ବୋଲଗଡ : କେନ୍ଦ୍ର ସରକାର ଓ ରାଜ୍ୟସରକାର ଅଶୋଧିତ ତୈଳ ପେଟ୍ରୋଲ ଓ ଡିଜେଲ ଉପରେ ବିଭିନ୍ନ ଟାକ୍ସ ବସାଇ ଏହାର ମୂଲ୍ୟ ୮୦ଟଙ୍କାରୁ ଉର୍ଦ୍ଧ ବୃଦ୍ଧି କରିଥିବା ବେଳେ ଏହା ସାଧାରଣ ଜନତାଙ୍କୁ କରୋନା ଉପରେ ଅତିରିକ୍ତ ବୋଝ ସଦୃଶ୍ୟ ହୋଇଛି । ଏହା ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ(ଇ)ପକ୍ଷରୁ ରାଜ୍ୟ ,ଜିଲ୍ଲା ଓ ବ୍ଲକ ସ୍ତରରେ ଆନେ୍ଦାଳନ ଜାରୀ ରହିଛି । ଏହି ଅବସରରେ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର କଂଗ୍ରେସ କମିଟି ପକ୍ଷରୁ ଏକ ଶୋଭାଯାତ୍ରା ,ବିକ୍ଷୋଭ ପଦର୍ଶନ ଓ ସ୍ମାରକପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବୋଲଗଡ-ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଗତ ୨୦ବର୍ଷ ଧରି ମଙ୍ଗଧରିଥିବା ବିଶିଷ୍ଠ ଯୁବନେତା, ସମାଜସେବୀ, ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମିମାନେ ତହସିଲ ଅଫିସ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ଛକ, ଖଦିକେନ୍ଦ୍ର ବଜାର, ବସଷ୍ଟାଣ୍ଡ ବଜାର,ମୁନା ପାଲଟାସିଂହ ହୋଟେଲ ଛକ ଦେଇ ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ ।

ସେଠାରେ କଂଗ୍ରେସ ଦଳର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଦୀପ ସାହୁ ସୂଚନା ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବ୍ଲକର ସଭାପତି ଗଦାଧର ଚମ୍ପତ୍ତି, ପରିଷଦ ସଭ୍ୟ ପବିତ୍ରମୋହନ ବଳିୟାରସିଂହ, ପୂର୍ବତନ ସରପଞ୍ଚ ବିଜୟ କୁମାର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ନବଘନ ମଲ୍ଲିକ, ଅଜୟ ଦଲବେହେରା, ରାଜ୍ୟସେବା ଦଳର ସମ୍ପାଦକ ଅଜୟ କୁମାର ମହାନ୍ତି, ଶ୍ରମିକନେତା ଯୋଗେନ୍ଦ୍ର ଶ୍ରୀ ଚନ୍ଦନ, ଶ୍ରୀଧର ଦତ୍ତ, ଅଶୋକ କୁମାର ବେହେରା,ବାବୁଲି ପାତ୍ର,ସଂଖ୍ୟାଲଘୁ ସେଲ ସଭାପତି ଶେଖ୍ ନବି ତରଫଦାର,ଯୁବ କଂଗ୍ରେସ ନେତା ବୁନା ଖାଁ, ମୁନା ପଣ୍ଡ.ଦିଲ୍ଲୀପ ସୁବୁଦ୍ଧି ପ୍ରଭୃତି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ଉଦେସ୍ୟରେ ବୋଲଗଡ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ମୋନାଲିସା ପଣ୍ଡାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.