Odisha news

କଥାରେ ଅଛି ‘ଚାଷ ଅଛି ଯାହାର କେତେ ସୁଖ ତାହାର’ : ସଫଳ ଚାଷୀ ରାଜ୍ୟ ପ୍ରଗତିର ମେରୁଦଣ୍ଡ

0

ବୋଲଗଡ : କଥାରେ ଅଛି ‘ଚାଷ ଅଛି ଯାହାର କେତେ ସୁଖ ତାହାର’, ‘ସେହି ସିନା ଯୋଗାଉଛି ଦୁନିଆକୁ ଆହାର’ । ଓଡିଶା ରାଜ୍ୟ ଏକ କୃଷି ବହୁଳ ରାଜୟ । ତେଣୁ କୃଷି ଓ କୃଷକର ବିକାଶ ଘଟିଲେ ଓଡିଶା ରାଜ୍ୟର ଆର୍ଥିକ ପ୍ରଗତି ଘଟିପାରିବ । ଚାଷୀ ଓ କୃଷକମାନଙ୍କୁ ଉନ୍ନତ ବିହନ,ସାର, କୀଟନାଶକ,କୃଷି ବୈଜ୍ଞାନିକ ପରାମର୍ଶ ଏବଂ ଆର୍ଥିକ ସହାୟତା ରାଜ୍ୟସରକାରଙ୍କ ତରଫରୁ ଯୋଗାଇଦେବା ଉଚିତ୍ । ଆଦର୍ଶ ଶିକ୍ଷା ଗ୍ରହଣକରି ଆତ୍ମନିର୍ଭରଶୀଳ ହେବାପାଇଁ କେବଳ ଯେ ସରକାରୀ ନିଯୁକ୍ତି ପଛରେ ନ ଗୋଡାଇ ଆଦର୍ଶ କୃଷକଭାବେ ଉନ୍ନତ ଫସଲ,ଫଳ,ଫୁଲ ନିଜ ଚାଷ ଜମୀରୁ ଆମଦାନୀ କରି ଅଧିକ ଲାଭବାନ ହୋଇପାରିଲେ ତେଲ ଲୁଣ ଅଭାବୀ ସଂସାରରେ ତାର କୈାଣସାି ଦୁଃଖ ରହିପାରିବ ନାହିଁ ।

ବୋଲଗଡ କୃଷିବ୍ଲକ ବଡକୁମାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମର ଗଜେନ୍ଦ୍ରଙ୍କ ପୁଅ ନୀଳମଣୀ ଗଜେନ୍ଦ୍ର(୫୨) ନିଜଗ୍ରାମ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୋହିସାହି ଗ୍ରାମକୁ ଆଜକୁ ୧୫ବର୍ଷ ହେବ ପରିତ୍ୟାଗ କରି ବସବାସ କରୁଅଛନ୍ତି ।  ସେ ବାଙ୍କୋଇସ୍ଥିତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର  ଜୁନିୟର କଲେଜରୁ କଳା ବିଷୟରେ ପାସ୍ କରିଥିଲେ ମଧ୍ୟ ଆର୍ଥିକ  ଅନାଟନ ଯୋଗୁଁ ଆଉ ଅଧିକ ପାଠ ପଢି ପାରିନଥିଲେ । ନିଜର କୈାଣସି ଚାଷ ଜମି ନଥିଲେ ମଧ୍ୟ ମନରେ ଦୃଢ ଆଶା ବିଶ୍ୱାସ ତଥା ଭରସା ରଖି ଲୋକଙ୍କ ଠାରୁ ୫ ଏକର ଚାଷ ଜମି ଭାଗ ଧରି ୩ଶତକଡା କମ୍ ସୁଧରେ ୬୦ହଜାରଟଙ୍କା ଋଣ ଆଣି ପାଳୁଅ,ବାଇଗଣ, ମକା, ଟମାଟୋ,ଫୁଲକୋବି,ପତ୍ରକୋବି,ଜହ୍ନି,ଆଖୁ,ଭେଣ୍ଡି,ଝୁଡଙ୍ଗ ଓ ଲଙ୍କା ଚାଷ କରି ବର୍ଷକୁ ୭୦ହଜାର ଟଙ୍କାରୁ ଅଧିକ ଲାଭବାନ ହୋଇପାରିଛନ୍ତି ।

ସେ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରି ନିଜର ପୁଅ ରଣିଜତ୍ ଗଜେନ୍ଦ୍ରକୁ ବିଜ୍ଞାନରେ ସ୍ନାତକ ଓ ଝିଅ ବର୍ଷାରାଣୀକୁ ଓଡିଆ(ଏମ୍.ଫି୍)ବିଷୟରେ କଲିକତାସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ପାଠ ପଢାଉ ଅଛନ୍ତି । ସେ ଜଣେ ଆଦର୍ଶ କୃଷକ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ପାଖକୁ କୃଷିସେବକ କିମ୍ବା ଖୋର୍ଦ୍ଧା ଜିଲ୍ଲା କୃଷି ଅଧିକାରୀ କୃଷି ପରାମର୍ଶ ଦେବାପାଇଁ ଯାଇନାହାଁନ୍ତି । କିମ୍ବା ସମ୍ନ୍ିତ କୃଷିଚାଷପାଇଁ ଉନ୍ନତ ସାର, ବିହନ,କୀଟନାଶକ ଓ ସରକାରୀ ଅର୍ଥିକ ସହାୟତା ଦେଇନାହାଁନ୍ତି ।

ସରକାରଙ୍କ ତରଫରୁ ଫସଲ ବିକ୍ରୟ କେନ୍ଦ୍ର ନଥିବାରୁ ଚାଷୀ ଶ୍ରୀ ଗଜେନ୍ଦ୍ର କମ୍ ଲାଭରେ ବାଧ୍ୟ ହୋଇ ରାଜସୁନାଖଳାସ୍ଥିତ   ପ୍ରଭାତ ସାହୁଙ୍କ ଫସଲ ବିକ୍ରୟ ଗଦିରେ ନିଜର ଉତ୍ପାଦିତ ଫସଲ ବିକ୍ରୟ କରନ୍ତି ବୋଲି ଦୁଃଖରେ କହିଅଛନ୍ତି । ତେଣୁ ଚାଷ ଓ ଚାଷୀର ବିକାଶ ପାଇଁ ଆଦଶ୍ର କୃଷକ ନୀଳମଣୀ ଗଜେନ୍ଦ୍ରଙ୍କୁ ରାଜ୍ୟସରକାରଙ୍କ କୃଷି ବିଭାଗ ତରଫରୁ ସମ୍ମାନୀତ କରାଯାଇ ସରକାରୀ ଆର୍ଥିକ ସହୟାତା ଯୋଗାଇଦେବାକୁ ଜନସାଧାରଣ ଅନୁରୋଧ କରିଅଛନ୍ତି ।

Nalco
Leave A Reply