Odisha news

ଗଛ ହାଣିବା ସହିତ ଜମୀ ମାଲିକକୁ ହତ୍ୟା ଧମକ ଅଭିଯୋଗରେ ଦୁଇ ଥାନାରେ ଅଟକ

0

ବୋଲଗଡ,୨୪.୦୮(ସ.ବୁ୍ୟ)-ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ବାରଦାଣ୍ଡି ଗ୍ରାମର ଜଣେ ମହିଳା ସମେତ ୫ଜଣ ମିଶି ଜବରଦସ୍ତ ଜନୈକ ଜମୀ ମାଲିକଙ୍କ ବିଭିନ୍ନ ଗଛ ନଷ୍ଟ କରିବା ସହିତ ଜମିମାଲିକକୁ ଗାଳି ଧମକ ଦେଇ ହତ୍ୟା କରିବା ପାଇଁ ଧମକ ଦେବା ଅଭିଯୋଗରେ ବିଧବା ମହିଳା ଓ ତାଙ୍କ ପୁଅ ଥାନାରେ ଅଟକ ଅଛନ୍ତି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ଜଣ ଥାନା ସମ୍ମୁଖରୁ ସୋମବାର ଦିନ ଫେରାର ହେବାକୁ ନେଇ ବୋଲଗଡରେ ଚର୍ଚ୍ଚା ହେଉଛି ।

ଥାନା ସୂତ୍ରରୁ ପ୍ରକାଶ ଯେ, ବାଙ୍କୋଇ ଗ୍ରାମର ସୁଧାକର ସାହୁଙ୍କ ପୁଅ ବ୍ରଜବନ୍ଧୁ ସାହୁ ତାଙ୍କ ପତ୍ନି ପ୍ରଭାତି ସାହୁଙ୍କ ନାମରେ ରାମଚନ୍ଦ୍ରପୁର ମୈାଜା ଖାତା ନଂ ୧୩୮,ପ୍ଲଟ ନଂ-୧୫୫୬ ଏରିଆ ୧୭୦ଜମୀରେ ବିଭିନ୍ନ ଗଛ ଯଥା ଆକାଶିଆ,ଆମ୍ବ ଶାଗୁଆନ, ପଟାସ ଲଗାଇଥିଲେ । ସେହି ପ୍ଲଟଟି ଏକ ବିବାଦମାନ ପ୍ଲଟବୋଲି ଜବରଦସ୍ତ ନିକଟସ୍ଥ ବାରଦାଣ୍ଡି ଗ୍ରାମର ବିଧବା ମହିଳା ବେଙ୍ଗ ପ୍ରଧାନ ତାଙ୍କ ପୁଅ ପଞ୍ଚୁ ପ୍ରଧାନ,ଗ୍ରାମର ଡିଲର ଚନ୍ଦ୍ର ପ୍ରଧାନ ,ଜଣେ ସରକାରୀ କର୍ମଚାରୀ ମାୟା ପ୍ରଧାନ ଓ ଗୋଡିଆଳି ଗ୍ରାମର ରବି ନାୟକ ଜବରଦସ୍ତ ଗତ ୨୩ ତାରିଖ ଦିନ ଉକ୍ତ ଗଛ ଗୁଡିକୁ ନଷ୍ଟ କରିବା ସହିତ ବ୍ରଜବନ୍ଧୁ ସାହୁଙ୍କୁ ହତ୍ୟା କରିବାପାଇଁ ଧମକ ଦେଇଥିଲେ ।

ଏସଂକ୍ରାନ୍ତରେ ବ୍ରଜବନ୍ଧୁ ସାହୁ ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାରୁ ଥାନା ଏସଆଇ କୁମର ମୁଦୁଲି ତଦନ୍ତ କରି କେସ ନଂ ୧୨୭/୨୦ରେ ଏକ ମୋକଦ୍ଦମା ରୁଜୁ କରାଯାଇଥିଲା । ଏଥିରେ ସଂପୃକ୍ତ ମା ଓ ପୁଅଙ୍କୁ ସେମାବାର ଦିନ ଥାନାରେ ଆଣି ଅଟକ ରଖାଯାଇଥିବାବେଳେ ଅନ୍ୟ ୩ଜଣ ଥାନା ସମ୍ମୁଖରେ ଏକ ଦୋକାନରେ ବସିଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିବାକୁ ଗୋଡଇବାରୁ ସେମାନେ ପ୍ରାଣ ବିକଳରେ ଥାନା ସମ୍ମୁଖରୁ ଦୈାଡି ପଳାଇଥିଲେ ।

Leave A Reply