Odisha news

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରଣ ଯନ୍ତାରେ ପରିଣତ : ଭିଜିଲାନ୍ସ ତଦନ୍ତ ଦାବୀ

0

ବୋଲଗଡ ତା ୦୬/୮(ଏନଏନଏସ) ଗ୍ରାମାଞ୍ଚଳ ଜନସାଧାରଣଙ୍କ ଗମନାଗମନ ଯାତାୟତ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ବୋଲଗଡ ବ୍ଲକ ଅଞ୍ଚଳରେ ବିଫଳ ହୋଇଥିବାର ଦେଖିବାକୁ ମିଳିଛି । ବିଭାଗୀୟ କନିଷ୍ଟଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ତାହା ଦିର୍ଘସ୍ଥାୟୀ ହୋଇପାରୁ ନାହିଁ । ଫଳରେ ବର୍ଷାଦିନେ ରାସ୍ତାରୁ ପିଚୁ ଓ ମେଣ୍ଟାଲ ବାହାରି ବଡବଡ ଖାଲ ସୃଷ୍ଟି ହେଉଥିବାରୁ ଏବଂ ଖାଲ ମଧ୍ୟରେ ବର୍ଷା ପାଣି ଜମି ରହୁଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଅଛି । ଫଳରେ ଏହାଦ୍ୱାରା ଅନେକ ଧନଜୀବନ ହାନି ହେଉଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବାଙ୍କୋଇ ଠାରୁ ପାଟବନ୍ଧ ପର୍ଯ୍ୟନ୍ତ ୨କୋଟି ୩୮ଲକ୍ଷ ୩୯ହଜାର ଟଙ୍କା ବିନିମୟରେ ୪କି.ମି.୮୦୦ମି.ରାସ୍ତା ନିର୍ମାଣ କରାଯାଇଥିଲା ।

ଏହି ରାସ୍ତା କାମ ଭୂବନେଶ୍ୱରସ୍ଥିତ ସୁନ୍ଦରପଦା ଗ୍ରାମର ସ୍ୱତନ୍ତ୍ରଶ୍ରେଣୀ ଠିକାଦାର ଏସ୍.କେ.ସାହାନାୱାଜ୍ ୨୦୧୭ ମସିହାରେ କରିଥିଲେ । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟଉନ୍ନୟନ ମନ୍ତ୍ରଣାଳୟ ନିଦେ୍ର୍ଦଶ ଅନୁଯାଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ରକ୍ଷଣାବେକ୍ଷଣ ୫ବର୍ଷ ପାଇଁ ନିଜ ଖର୍ଚ୍ଚରେ ଠିକାଦାର କରିବାପାଇଁ ଚୁକ୍ତି ଥିଲେ ମଧ୍ୟ ତାହା ଠିକାଦାର କରୁନାହାଁନ୍ତି ଫଳରେ ଏହି ରାସ୍ତା ଦିନକୁଦିନ ବିପଦପୂର୍ଣ୍ଣ ହୋଇପଡୁଛି । ରାସ୍ତାର ଦୁଇ ପାଶ୍ୱର୍ରେ ୫ମି.ବାଲି ,ମେଣ୍ଟାଲ ଓ ମୋରମରେ ପୋତିବାପାଇଁ ନିଦେ୍ର୍ଦଶ ଥିଲେ ମଧ୍ୟ ଠିକାଦାର ତାହା କରିନାହାଁନ୍ତି । ତେଣୁ ରାସ୍ତାରେ ପ୍ରତିଦିନ ଯାତାୟତ କରୁଥିବା ଭାରିଯାନ ଗୁଡିକ ପରଷ୍ପରକୁ ରାସ୍ତାପାଶ୍ୱର୍ରେ ଅତିକ୍ରମ କଲାବେଳେ ରାସ୍ତାର ମାଟି ଫାଟି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ଏ ସମ୍ପର୍କରେ ବୋଲଗଡ ବ୍ଲକ ଗ୍ରାମ୍ୟଉନ୍ନୟନ ବିଭାଗର କନିଷ୍ଟଯନ୍ତ୍ରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାଁନ୍ତି । ତେଣୁ ଭିଜିଲାନ୍ସ ବିଭାଗଦ୍ୱାରା ଏହାକୁ ତଦନ୍ତ କରିବାପାଇଁ ସମସ୍ତ ସାଧାରଣରେ ଦୃଢ ଦାବୀ କରିଅଛନ୍ତି ।

Nalco
Leave A Reply