Odisha news

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ସଙ୍ଗଠନ ପକ୍ଷରୁ ମୂର୍ତ୍ତିକା ପ୍ରେରଣ

0

ବୋଲଗଡ : ମାନ୍ୟବର ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି । ଅଗଷ୍ଟ ୫ତାରିଖକୁ ରାମମନ୍ଦିର ଟ୍ରଷ୍ଟ ଭୂମି ପୂଜନ ପାଇଁ ତାରିଖ ସ୍ଥିର କରିଥିବାବେଳେ ଅନୁକୁଳ ପାଇଁ ସାରା ବିଶ୍ୱରୁ ମୂର୍ତ୍ତିକା, ପବିତ୍ର ଜଳ ସଂଗ୍ରହ କରି ସଂପୃକ୍ତ ସ୍ଥାନରେ ସ୍ଥାପନ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି ।

ଏହି ଅବସରରେ ବୋଲଗଡ ବ୍ଲକ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ  ବୋଲଗଡ ଉପକଣ୍ଠରେ ଥିବା ମା’ ଭୂୟାଣୀଙ୍କ ପୀଠରୁ ବିଧିବଦ୍ଧ ଭାବେ ପୂଜା ଅର୍ଚ୍ଚନା କରାଯାଇ ମୂର୍ତ୍ତିକା ସଂଗ୍ରହ କରାଯାଇଥିଲା । ବୋଲଗଡ ପ୍ରଖଣ୍ଡର ସଭ୍ୟ ଇତେଶ କୁମାର ବେହେରାଙ୍କ ନେତୃତ୍ୱରେ ସମ୍ବିତ କେଦାର କର ,ସିପ୍ରତ କୁମାର ସାହୁ,ଶୁଭ୍ରାଶୁଂ ଶେଖର ସିଂହଙ୍କ ସହିତ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଥିଲେ । ପରିଶେଷରେ ବିଶ୍ୱହିନ୍ଦୁ ପରିଷଦ ଅଯୋଧ୍ୟା କାର୍ଯ୍ୟାଳୟକୁ ଭାରତୀୟ ଡାକସେବା ଯୋଗେ ଏହି ମୂର୍ତ୍ତିକାକୁ ପ୍ରେରଣ କରାଯାଇଛି ।

Leave A Reply