ବୋଲଗଡ : ଧାରା ଶ୍ରାବଣମାସ ସରିଥିଲେ ମଧ୍ୟ ଚାଷ ପାଇଁ ଆବଶ୍ୟକୀୟ ବର୍ଷା ହୋଇପାରି ନଥିଲା । ଚାଷ ଜମିରେ ଗାଇ ଚରିବା ସଂଗେସଂଗେ ଧାନ ରୁଆ ଜମି ଫାଟି ଆଁ କରିଥିଲା । ତେଣୁ ମହାମାରୀ କରୋନା ସମୟରେ ଚାଷୀ ମୁଣ୍ଡରେ ହାତଦେଇ ବସିଥିଲା । କିନ୍ତୁ ୨ ଦିନ ଧରି ଲଘୁଚାପ ଜନିତ କମ୍ ବର୍ଷା ହୋଇଥିଲେ ମଧ୍ୟ ଚାଷୀ ମନରେ ଆନନ୍ଦ ଆସିଛି । ଚାଷ ତରତର ବଣିଜ ମଠ ନିତିରେ ଚାଷୀ ତଳିରୁଆ କାମ ଆରମ୍ଭ କରିଛି ।
ବୋଲଗଡ ବ୍ଲକ ଅଂଚଳରେ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷୀ ସର୍ବଦା ବର୍ଷା ଜଳ ଉପରେ ନିର୍ଭର କରିଥାଏ । ଏହା କୃଷି ବହୁଳ ଅଂଚଳ ହୋଇଥିବାରୁ ରାଜ୍ୟ ସରକାର ଚାଷ ଓ ଚାଷୀର ବିକାଶ ପାଇଁ ଜଳସେଚନ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇଦେବାକୁ ଚାଷୀ ମାନେ ଦୃଢ ଦାବୀ କରିଅଛନ୍ତି । ଆଗାମି ଦିନରେ ଚାଷପାଇଁ ବହୁଳ ବର୍ଷା ଜଳ ଆବଶ୍ୟକତା ଥିବାରୁ ଲୋକମାନେ ଇନ୍ଦ୍ରଦେବତାଙ୍କୁ ପୂଜା କରିବା ସଂଗେସଂଗେ ବେଙ୍ଗ ବେଙ୍ଗୁଲିକୁ ବିବାହ କରୁଥିବାର ଦେଖାଯାଇଛି ।
