Odisha news

ବୋଲଗଡ଼ରେ ବୁଲିଲା ତୃତୀୟ ଲହର କୋଭିଡ୍ ସଚେତନତା ରଥ

ବୋଲଗଡ଼ :  ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡକୁମାରୀ ଗ୍ରାମପଂଚାୟତ ପରିସରରେ ମଙ୍ଗଳ ବାର ପୂର୍ବାହ୍ନରେ ତୃତୀୟ ଲହର କୋଭିଡ଼ ସଚେତନତା ରଥର ଶୁଭାରମ୍ଭ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ କଲ୍ୟାଣ ସମିତିର ସହଯୋଗରେ ବଡ଼ କୁମାରୀ ପଞ୍ଚାୟତର ସରପଞ୍ଚ ହୁଲ୍ଲlଷ ପ୍ରଧାନ କୋଭିଡ୍ ରଥକୁ ଉଦଘାଟନ କରିଥିଲେ । ଏଥିରେ ପଞ୍ଚାୟତ ର ସମସ୍ତ ଅଙ୍ଗନୱାଡି କର୍ମୀ , ଆଶା କର୍ମୀ , ଏବଂ ୱାର୍ଡ ସଭ୍ୟ ମାନେ ଯୋଗଦେଇଥିଲେ । ମୁଖ୍ୟଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ କୁମାର ପ୍ରଧାନ , ସମିତିସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ , ନାଏବ ସରପଞ୍ଚ ବିଜୟ କୁମାର ତାରିଣିଆ  ପ୍ରମୁଖ ଅତିଥୀ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଆଲୋକ କୁମାର ମିଶ୍ର ଓ ବୋଲଗଡ଼ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ତଥା ଜିଲ୍ଲା କରୋନା । ପର୍ଯ୍ୟାଲୋଚକ ପୂର୍ଣ୍ଣଚନ୍ଦ୍ର ବେହେରା ୧୩ଟି ଗ୍ରାମରେ କରୋନା ସଚେତନତା ରଥକୁ ବୁଲାଇ ବାର୍ତ୍ତା ପ୍ରଚାର କରିଥିଲେ ।

Shares