ବୋଲଗଡ଼ : ଥାନା ଅନ୍ତର୍ଗତ ଫସିଓଦା ପଞ୍ଚାୟତ କୋଟପଲ୍ଲା ଗ୍ରାମର ବିରଞ୍ଚି ମହାରଣା କୁ ଭାଉଜକୁ ମାଡ଼ ମାରିବା ଅଭିଯୋଗରେ ବୋଲଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବୋଲଗଡ ପୋଲିସ ଠାରୁ ପ୍ରାପ୍ତ ସୂଚନାରୁ ଜଣାଯାଇଛି ଜେ କୋଟପଲ୍ଲା ଗ୍ରାମର ଗୌରୀ ମହାରଣା ବୟସ ୫୫ ତାଙ୍କ ଦିଅର ବିରଞ୍ଚି ମହାରଣା ୫୭ଙ୍କୁ ଧାର ସୂତ୍ରରେ ୫୫ହଜାରେ ଟଙ୍କା କିଛି ବର୍ଷ ପୂର୍ବେ ଦେଇଥିଲେ ।ଏହି କରଜ ଟଙ୍କା ମାଗିବା ନେଇ ଝଗଡ଼ା ହୋଇଥିଲା ।ବିରଞ୍ଚି ତାଙ୍କୁ ଗାଳି ଗୁଲଗ କରିବା ସହ ଚାପୁଡ଼ା ଓ ବିଧା ମାରିଥିଲେ ।ଏବଂ ଏଣିକି କରଜ ଟଙ୍କା ମାଗିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ଏହାକୁ ନେଇ ଗୌରୀ ଗତ ୧୫ତାରିଖରେ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୬ତାରିଖ ଅପରାହ୍ନରେ ବିରଞ୍ଚିଙ୍କ ଘରୁ ଗିରଫ କରି ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୩୫/୨୧ ରେ ମକଦ୍ଦମା ରୁଜୁକରି ଦଫା ୩୯୪ ,୩୨୩ ,୫୦୬,୩୪ଆଇ ପି ସି ରେ କୋର୍ଟ ଚାଲାଣ କରିଥିଲେ ।ଅନୁରୂପ ଭାବେ ବୋଲଗଡ ଥାନା ପକ୍ଷରୁ ଦୁଇ ଜଣ ୱାରେଣ୍ଟି କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୱରେଣ୍ଟି ଦୋୟ ହେଲେ ଫାଶୀଓଦା ପଞ୍ଚାୟତ ମଣ୍ଡଳସିଂ ଗ୍ରାମର ମକର ନାୟକ ପୁଅ କୁମାର ନାୟକ ୫୨ ବର୍ଷ ଆଉଜଣେ ହେଲେ ସେହି ଗ୍ରାମର ଦାସ ପରିଡ଼ା ଙ୍କ ପୁଅ ବାନାମ୍ବର୍ ପରିଡ଼ା ୫୨ ବର୍ଷ ବୋଲି ଜଣାପଡିଛି।
Comments are closed.