Odisha news

ବୋଲଗଡ : ୫ବର୍ଷ ପରେ ଧରାପଡିଲା ହତ୍ୟା ଆସାମୀ

0

ବୋଲଗଡ : ବୋଲଗଡ ଥାନା ଅନ୍ତର୍ଗତ ଆରିକମା ପଞ୍ଚାୟତର ପ୍ରସିଦ୍ଧ ଦେବୀ ପୀଠ ମା କୋଶଳାଶୁଣୀଙ୍କ ମନ୍ଦିର ନିକଟରେ ଶାଳ ଜଙ୍ଗଲ ମଧ୍ୟରେ ୨୦୧୫ ମସିହା ଅପ୍ରେଲ ମାସରେ ଏକ ହତ୍ୟା କାଣ୍ଡ ଘଟିଥିଲା । ଏଥିରେ ୩୫ବର୍ଷିୟା ଜନୈକା ମହିଳାଙ୍କ ସହିତ ତାଙ୍କ ୫ବର୍ଷର ଶିଶୁ ପୁତ୍ରଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ବୋଲଗଡ ଅଞ୍ଚଳରେ ସେତେବେଳେ ଚାଞ୍ଚଲ୍ୟ ଖେଳାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ମୁଖ୍ୟ ଆସାମୀ ହତ୍ୟାର ଶୀକାର ହୋଇଥିବା ମହିଳାଙ୍କ ସ୍ୱାମୀ ସହିତ ଦୁଇଜଣ ଗିରଫ ହୋଇଥିଲେ ।

ଅନ୍ୟତମ ଆସାମୀ ନିକଟସ୍ଥ ଗୋଡିଆଳି ଗ୍ରାମର ରାଜକିଶୋର ମାର୍ଥାଙ୍କ ପୁଅ ଅଶୋକ କୁମାର ମାର୍ଥା(୫୨) ଦିର୍ଘ ବର୍ଷ ଧରି ଫେରାର ଥିଲା । ସେ କିଛିଦିନ ଧରି ବୋଲଗଡ ଥାନା ଠାରୁ ୧କି.ମି ଦୁର ଚୂଡା ଗ୍ରାମରେ ଖୋର୍ଦ୍ଧା -ବଲାଙ୍ଗାୀର ୫୭ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଏକ ଭଡାଘରେ ରହିଆସୁଥିଲା । ବିଶେଷ ସୂତ୍ରରୁ ଖବରପାଇ ବୋଲଗଡ ଥାନା ବାଙ୍କୋଇ ଫାଣ୍ଡିର ଏସଆଇ କୁମର ମୁଦୁଲି ଓ କନେଷ୍ଟବଳ ପ୍ରତାପ କୁମାର ପାହାଡସିଂହ ସଦଳବଳେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ ଭଡାଘର ଉପରେ ଚଢାଉ କରି କବାଟ ଭାଙ୍ଗି ଗିରଫ କରିଥିଲେ । ଦଫା ୩୦୨, ୨୦୧, ୧୨୦(ଖ),୩୪ ଭାରତୀୟ ପିଙ୍ଗଳ କୋର୍ଡରେ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି ।

Nalco
Leave A Reply