ବୋଲଗଡ : -ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ୪୦ଜଣ ଗରିବ,ଅସହାୟ ଓ ଭୂମିହୀନ ଲୋକଙ୍କୁ କେନ୍ଦ୍ରସରକାରଙ୍କ ଅଧିନସ୍ଥ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଗୃହ ଯୋଜନା-୨୦୨୦ କାର୍ଯ୍ୟାଦେଶ ଶୁକ୍ରବାର ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସାମାଜିକ ଦୁରତ୍ୱ ରକ୍ଷା କରି ଓ ମୁହଁରେ ମାସ୍କ ପିନ୍ଧି ବ୍ଲକ ପରିସରରେ ବଣ୍ଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରାଙ୍କ ସଭାପତିତ୍ୱରେ ଓ ବିଡିଓ ଧୋବେଇ ନାଏକଙ୍କ ଆବାହକତ୍ୱରେ ଏକ ବ୍ଲ ସ୍ତରୀୟ ର୍ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସଚେତନତା ଓ କାର୍ଯ୍ୟାଦେଶ ଏବଂ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବିଧାୟକ ଶ୍ରୀ ସାହୁ ୪୦ଜଣ ଗରିବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ,୧୬ଜଣ ଦିବ୍ୟାଙ୍ଗ ଲୋକଙ୍କୁ ଟ୍ରାଇସାକେଲ,ଏକଜଣଙ୍କୁ ଆଶାବାଡି ଓ ଏକଜଣଙ୍କୁ ଶ୍ରବଣଯନ୍ତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ଜନକଲ୍ୟାଣ ଅଧିକାରୀ କାମଦେବ ନାୟକ, ବିପିଏମ ପ୍ରକାଶ ଚନ୍ଦ୍ର ବଳିୟାରସିଂହ, ବିପିସି ବିଶ୍ୱଜିତ୍ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୯ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ,ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଆଉ ୧୨୬ଜଣ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ବ୍ଲକ ଉନ୍ନୟନ ଅଧିକାରୀ ଧୋବେଇ ନାଏକଙ୍କ ଠାରୁ ପ୍ରକାଶ ।
