Odisha news

ଲକ୍ ଡାଉନର ସୁଯୋଗ ନେଇ ଚୋରଙ୍କ ଉତ୍ପାତ:ପୋଲିସ ପାଟ୍ରୋଲିଙ୍ଗ ଶୁନ୍

0

ବୋଲଗଡ,୩୧.୦୮: କରୋନା ମହାମାରୀ ବିଶ୍ୱକୁ ଆତଙ୍କିତ କରିରଖିଥିବା ବେଳେ ଜନଜୀବନ ପ୍ରାୟତଃ ଭୟଭୀତ ଏବଂ ଇତସ୍ତତ ଅବସ୍ଥାରେ ରହିଛନ୍ତି । କିନ୍ତୁ ଏହି କରୋନା ମହାମାରୀ କାହା ପାଇଁ ସର୍ବନାଶ ହୋଇଥିବା ବେଳେ ଚୋରମାନଙ୍କ ପାଇଁ ଏହା ପୁଷମାସ ହୋଇଛି । ଲକ୍ଡାଉନ ନିୟମକୁ ଦ୍ୱାହିଦେଇ ପୋଲିସ ବିଭାଗ ଆଇନ ଶୃଙ୍ଖଳାକୁ ଠିକ୍ରେ ନଦେଖିବା ଅଭିଯୋଗ ମଧ୍ୟ ହେଉଛି ।

ସୂଚନାରୁ ପ୍ରକାଶ ବୋଲଗଡ ଥାନା ଫାସିଓଦା ଗ୍ରାମ ପଞ୍ଚାୟତ ଭୀମପଡା ବଜାରରୁ ଗତ ଦୁଇଦିନ ତଳେ ସୁରେଶନ ମୁଦୁଲିଙ୍କ ଏକ ଫାଷ୍ଟ ଫୁଡ୍ ଦୋକାନରୁ କବାଟ ଭାଙ୍ଗି କ୍ୟାସ ବକ୍ସରେ ଥିବା ୧୦ହଜାର ଟଙ୍କା ଚୋରୀ ହୋଇଥିବାବେଳେ ରବିବାର ବିଳମ୍ବିତ ରାତ୍ରରେ ଭୀମପଡା ବଜାରସ୍ଥ କୁଦ୍ଦୁସ ଖାଁଙ୍କ ବାଡିପଟେ ଚୋରମାନେ ପସି ଘରର ସମସ୍ତ ବ୍ୟକ୍ତିଙ୍କୁ ବାହାରପଟୁ ତାଲା ଲଗାଇ ଘରେ ଥିବା ଆନୁମାନିକ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଗହଣା ସହିତ ନଗଦ ୩୪ହଜାର ଟଙ୍କା ଲୁଟିନେଇଥିବା ବୋଲଗଡ ଥାନାରେ ଅଭିଯୋଗ ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଆଇନଶୃଙ୍ଖଳାକୁ ପୋଲିସ ପ୍ରଶାସନ ଗୁରୁତ୍ୱ ନଦେଇ ଲକ୍ଡାଉନ ସମୟରେ ପାଟ୍ରୋଲିଙ୍ଗ କରିବାତ ଦୁରର କଥା ଥାନା ପରିସରକୁ ଯିବା ପାଇଁ ଥିବା ଗେଟ୍ଟି ୨୪ଘଣ୍ଟା ବନ୍ଦ କରି ରହୁଥିବାର ଅଭିଯୋଗ ହେଉଛି । ଭୀମପଡା ବଜାରରୁ ବହୁବାର ଚୋରୀ ହେଉଥିବାବେଳେ ବଜାର କମିଟି ସଭାପତି ସୁରେନ୍ଦ୍ର ରାଉତ ବାରମ୍ବାର ଥାନାକୁ ରାତିରେ ପାଟ୍ରୋଲିଙ୍ଗ କରିବାପାଇଁ ଅନୁରୋଧ କରିଥିଲେ ମଧ୍ୟ ପୋଲିସ ଲୋକଦେଖାଣିଆ ଭାବେ ଦିନବେଳେ ହୁକୁମାତି ଦେଖାଇ ପଳାଇ ଆସୁଥିବାବେଳେ ରାତିରେ ଗେଟ୍ ଦେଇ ଶୋଉଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply