Odisha news

ବିପୁଳ ପରିମାଣର ଗଞ୍ଜାଇ ଓ ଟଙ୍କା ଜବତ : ୧ ଗିରଫ

0

ବୋଲଗଡ :  ବିଶ୍ୱକୁ କରୋନା ମହାମାରୀ ଗ୍ରାସ କରିଥିବା ବେଳେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଗତି କରୁଛି । ପ୍ରାୟ ସାଧାରଣ ଜନତା ଦିନକୁ ଦିନ ଜିବୀକା ହରେଇ ବସିଛନ୍ତି । କିନ୍ତୁ ଏହି ମହାମାରୀ ଚୋରା ମାଦକ ଦ୍ରବ୍ୟ ବେପାରୀମାନଙ୍କ ପାଇଁ ପୁଷମାସ ହୋଇଯାଇଛି ।

ପୋଲିସ ସୂତ୍ରରୁ ଜଣାଯାଏ , ବୋଲଗଡ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଧଳାପଥର ଗ୍ରାମର ଦୁଃସାଶନ ସ୍ୱାଇଁଙ୍କ ପୁଅ ଶୁଭେନ୍ଦୁ ସ୍ୱାଇଁ(୪୨)ଙ୍କ ଘରୁ ଖୋର୍ଦ୍ଧା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ସହଯୋଗରେ ଧଳାପଥର ଫାଣ୍ଡି ଓ ବେଗୁନିଆ ଥାନାର ପୋଲିସ ବାହିନୀ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜାଇ ଓ ଟଙ୍କା ଜବତ କରିଛନ୍ତି ।

ରବିବାର ବିଳମ୍ବିତ ସନ୍ଧ୍ୟାରେ କୈାଣସି ସୂତ୍ରରୁ ଖବରପାଇ ଖୋର୍ଦ୍ଧା ଅବକାରୀ ବିଭାଗର ଅଧିକାରୀମାନେ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ସହଯୋଗରେ ଅଚାନକ ଶୁଭେନ୍ଦୁ ଘରେ ଚଢାଉ କରିଥିଲେ । ଘର ଭିତରେ ଥିବା ଏକ ବିରାଟ ସିନ୍ଦୁକ ମଧ୍ୟରୁ ୨୨କି.ଗ୍ରା ୨୭୦ଗ୍ରାମ ଗଞ୍ଜାଇ ସହିତ ନଗଦ ୨୭ହଜାର ୨ଶହ ଟଙ୍କା ଜବତ କରିଥିଲେ । ରାଜ୍ୟ ଅବକାରୀ ନିୟମ ଅନୁଯାୟୀ ଶୁଭେନ୍ଦୁ ସ୍ୱାଇଁକୁ କେସ ନଂ ୧୭୪ ଓ ଓଡିଶା ବିହାର ଅବକାରୀ ଆଇନ ୨୦(ଖ) ଅନୁଯାୟୀ ସୋମବାର ଦିନ ତାକୁ ଖୋର୍ଦ୍ଧା କୋର୍ଟକୁ ଚାଲାଣ କରାଯାଇଛି ।

ସେ ପୂର୍ବରୁ ବହୁବାର ଏଭଳି ଚୋର ଗଞ୍ଜେଇ ମାମଲାରେ ସଂପୃକ୍ତ ଥିବାର ପୋଲିସ ସୂତ୍ରରୁ ପ୍ରକାଶ । ଏହି ଚଢଉରେ ଖୋର୍ଦ୍ଧା ଅବକାରୀ ବିଭାଗ ସମେତ ଏସଆଇ ରବୀନ୍ଦ୍ର କୁମାର ପଣ୍ଡା ,ଗାୟତ୍ରୀ ଗୋଚ୍ଛାୟତ , ଏଏସଆଇ ଶରତ କୁମାର ବେହେରା,ପୋଲିସ କର୍ମଚାରୀ ସିଦେ୍ଧଶ୍ୱର ମହାପାତ୍ର,ରତ୍ନାକର ବେହେରା ଓ ମନୋଜ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିବାର ସୂଚନା ମିଳିଛି ।

Leave A Reply