ବୋଲଗଡ : ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ସ୍ତରରେ ଭାରତର ଅବସ୍ଥା କରୋନା ସଂକ୍ରମତିରେ ଜୁଡୁବୁଡୁ । ସେହିପରି ରାଜ୍ୟରେ କରୋନାର ତାଣ୍ଡବ ଦିନକୁ ଦିନ ଉଗ୍ରରୂପ ଧାରଣ କରିଚାଲିଛି । ଯାହାଦ୍ୱାରା ଭୟ ଓ ଆଶଙ୍କାରେ ଜୀବନ ଓ ଜିବିକା ଉପରେ ଘୋର ପ୍ରଭାବ ପଡୁଛି । ଏହି ପରୀପ୍ରେକ୍ଷୀରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମିତରେ ଅନ୍ୟ ଜିଲ୍ଲାକୁ ପଛରେ ପକାଇ ପ୍ରଥମସ୍ଥାନ ଅଧିକାର କରିସାରିଲାଣି ।
ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ କରୋନା ସଂକ୍ରମିତ ଅନ୍ୟ ବ୍ଲକ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ଲକ ସଦର ମହକୁମା ବୋଲଗଡ ପଞ୍ଚାୟତରେ ଗତ ୨ଦିନ ମଧ୍ୟରେ ର୍ୟାପିଡ ଆଣ୍ଟିଜେନ ଟେଷ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୧୯କୁ ଛୁଇଁ ସାରିଲାଣି । ସଟ୍ଡାଉନ ହୋଇଥିବା ସ୍ଥଳେ କେତେକ ସଂକ୍ରମିତ ସନ୍ଦିଗ୍ଧ ବ୍ୟକ୍ତି ବାହାରେ ଖୁଲମ୍ଖୁଲା ବିଶ୍ରୁଙ୍ଖଳିତ ଭାବେ ବଜାର ତଥା ରାସ୍ତା ଘାଟରେ ଘୁରି ବୁଲୁଛନ୍ତି ।
ଅପରପକ୍ଷେ ଯେଉଁମାନେ କରୋନା ଚିହ୍ନଟ ହୋଇଛନ୍ତି,ସେମାନଙ୍କ ପ୍ରତି ବ୍ଲକ ପ୍ରଶାସନର କୈାଣସି ଦେଖାଶୁଣା ନାହିଁ । ଚିହ୍ନଟ ପରେ ସେମାନେ ସମସ୍ତ ଯାଗାରେ ଅନାୟାଶରେ ତଥା ଅବାଧରେ ବୁଲୁଥିବାର ଦେଖିବାକୁ ମିଳୁଛି । ପଜିଟିବ୍ ବ୍ୟକ୍ତିମାନଙ୍କର ସଂକ୍ରମିତ ହେବାକୁ ନେଇ ଟିକିଏ ହେଲେ ଭୟ ନଥିବା ପରି ଜଣାଯାଉଛି । ଯଦି ଏଭଳି ଅବସ୍ଥା ଆଗକୁ ଲାଗୁରୁହେ କରୋନା ନିଶ୍ଚିତ ଭାବେ କାୟା ବିସ୍ତାର କରି ବ୍ଲକର ସମସ୍ତ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ପୋଲିସ ପାଟ୍ରୋଲିଙ୍ଗ ସେତେଟା ଆଖୀ ଦୃଶିଆ ନଥିବାର ଦେଖିବାକୁ ମିଳୁଛି । ବୋଲଗଡ ବ୍ଲକର ୧୯ଗୋଟି ପଞ୍ଚାୟତକୁ କରୋନା ମହାମାରୀ କବଳିତ କରୁଥିବା ବେଳେ ପ୍ରଶାସନ ଅମାନିଆ ସଂକ୍ରମିତଙ୍କୁ ହୋମ କ୍ୱାରେଣ୍ଟାଇନରେ ନରଖି କୋଭିଡ-୧୯ ଚିକିସôାଳୟରେ ଥଇଥାନ କରିବାକୁ ସାଧାରଣରେ ଦାବୀ ହେଉଛି ।
