Odisha news

ବରିଷ୍ଟ ଆଇନଜୀବୀଙ୍କ ସ୍ମୁତିସଭା

ବୋଲଗଡ଼ : ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଅରଖପଲୀ  ଗ୍ରାମର ବରିଷ୍ଟ ଆଇନଜୀବୀ  ତଥା ସମାଜସେବୀ ପ୍ରମୋଦ କୁମାର ମଙ୍ଗରାଜଙ୍କ   ସ୍ମୁତିସଭା ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ବରେ କୋଭିଡି ନିୟମ ପାଳନ କରାଯାଇ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଏଥିରେ ଅର୍ଜୁନ ମହାନ୍ତିଙ୍କର ସଭାପ ତିତ୍ଵରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ଷଡ଼ଙ୍ଗୀ, ବରିଷ୍ଟ ଆଇନଜୀବୀ ବୀର ଦାସ, ଖଂଗୁରିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ସ୍ବାଇଁ, କିଶୋର ହୋତା,ସଞ୍ଜୟ ମହାପାତ୍ର,ପ୍ରଭାତ ପ୍ରଧାନ,ସନାତନ ପାଟଶାଣୀ ପ୍ରମୁଖ ଯୋଗଦେଇଥିଲେ। ସ୍ଵର୍ଗତ ଭାବରେ ଖୋର୍ଧାଜିଲା କୋର୍ଟରେ ସରକାରୀ ଓକିଲ ଭାବରେ ଖୁବଜଣାଶୁଣା ଥିଲେ। ସ୍ଵର୍ଗତ ମଙ୍ଗରାଜଙ୍କ ପୁତୁରା ସତ୍ୟବ୍ରତ ମଙ୍ଗରାଜ, ଶିଶୁ ପୁତ୍ର ଦେବୀପ୍ରସାଦ ମଙ୍ଗରାଜ, ଝଅ ପ୍ରଜ୍ଞାପ୍ରୀୟଦର୍ଶିନି ,ସୋମ୍ୟପ୍ରୀୟଦର୍ଶିନି ଉପସ୍ଥିତ ଥିଲେ।

Nalco

Comments are closed.