Odisha news

କିଏ ବବି କଟାରିୟା ? ଯିଏକି ସମାଜସେବୀରୁ ସାଜି ଯାଇଛନ୍ତି ମାନବ ତସ୍କର

0

ନୂଆଦିଲ୍ଲୀ : ପୁରା ନାମ -ବଳବନ୍ତ କଟାରିୟା , ଯିଏକି ଗୁରୁଃଗ୍ରାମ ର ବାସିନ୍ଦା ଏବଂ ଜଣେ ଜଣାଶୁଣା ୟୁଟ୍ୟୁବର ଅଟନ୍ତି l କେବେ ସେ ସମାଜସେବୀ ହୋଇ କରୋନା ମହାମାରୀ ମଧ୍ୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ l କେବେକେବେ ସେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଅପଲୋଡ଼ କରି ଦେଇ ଥାଆନ୍ତି ଯାହାକି ତାଙ୍କ ପ୍ରଶଂସକ ଙ୍କୁ ସ୍ତବ୍ଧ କରିଦେଇ ଥାଏ l କିନ୍ତୁ ବର୍ତମାନ ବବି କଟାରିୟା କିଛି ଅନ୍ୟ ମାମଲାକୁ ନେଇ ଚର୍ଚାରେ ରହିଛନ୍ତି l କଥାଟି ହେଲା ବବି କଟାରିୟା ଙ୍କ ଉପରେ ଲୋକଙ୍କୁ ବିଦେଶ ରେ ଚାକିରୀ ଦେବା ଆଳରେ ଫସାଇ ଥିବାର ଆରୋପ ଲାଗିଛି l ଷୋମବାର ଦିନ NIA ଓ ପୋଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି l

ହରିୟାଣା ର ଗୁରୁଃଗ୍ରାମ ରେ ବସାଇ ଗାଁ ରେ ରହୁଥିବା ବବି କାଟେରିଆ ଗୋଟିଏ ସମ୍ଭ୍ରାନ୍ତ ପରିବାର ର ଅଟନ୍ତି l ବଡି ବିଲଡିଂ ର ତାଙ୍କର ଖୁବ ସଉକ ରହିଛି, ସେ ବିଶେଷ ଭାବରେ ଜିମ ରେ ୱାର୍କ ଆଉଟ କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଥାଆନ୍ତି l ଏବଂ ନିଜ ଭିଡିଓ ରେ ସେ ଲୋକ ମାନଙ୍କୁ ଫିଟନେସ କୁ ନେଇ ଟିପ୍ସ ମଧ୍ୟ ଦେଇ ଥାଆନ୍ତି l ତେଣୁ ସୋସିଆଲ ମିଡିଆରେ ତାଙ୍କର ଫଲୋଅର୍ଶ ଖୁବ ଅଧିକ ରହିଛନ୍ତି l କିନ୍ତୁ ତାଙ୍କର ଗୋଟିଏ ଭିଡିଓ କୁ ନେଇ ସାଧାରଣ ଭାବରେ ବିବାଦ ଦେଖିବାକୁ ମିଳିଥିଲା l

ବବି କଟାରିୟା ଙ୍କ ନେଟ ୱର୍ଥ –
୨୦୧୯ ରେ ଫରିଦାବାଦ ଲୋକସଭା ସିଟ ରୁ ନିର୍ଦଳୀୟ ପାର୍ଥି ଭାବରେ ଇଲେକ୍ସନ ଲଢ଼ିଥିଲେ ଏବଂ ୩୯୩ ଭୋଟ ପାଇଥିଲେ l ୫ବର୍ଷ ପୂର୍ବରୁ ସେ ଇଲେକ୍ସନ କମିଶନ ଙ୍କ ନିକଟରେ ନିଜର ସମ୍ପତି ୧୨ ଲକ୍ଷ ବୋଲି ଦର୍ଶାଇ ଥିଲେ l ମିଳିଥିବା ସୂଚନା ଅନୁସାରେ ବର୍ତମାନ ତାଙ୍କର ସମ୍ପୂର୍ଣ ସମ୍ପତି ୪୧ କୋଟି l ତାଙ୍କର ସବୁଠୁ ବଡ଼ ରୋଜଗାର ହେଉଛି ୟୁଟ୍ୟୁବ l

କାହିଁକି ଗିରଫ ହେଲେ ବବି ? –
ମିଳିଥିବା ସୂଚନା ଅନୁସାରେ ବବି କଟାରିୟା ଉତ୍ତରପ୍ରଦେଶ ରେ ରହୁଥିବା ଯୁବକ ଅରୁଣ କୁମର ଓ ମନୀଷ ତୋମାର ଙ୍କୁ ୟୁଏଇ ଏବଂ ସିଙ୍ଗାପୁର ରେ ଚାକିରୀ କରାଇ ଦେବେ ପ୍ରତିଶୃତି ଦେଇଥିଲେ ଏବଂ ଉଭୟଙ୍କ ନିକଟରୁ ୪ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ l ଏହାପରେ ଉଭୟଙ୍କୁ ଠକି ଲାଓସେ ନିଆଯାଇ ଥିଲା ଏବଂ ସେଠାରେ ତାଙ୍କ ପାସପୋର୍ଟ ଛଡାଇ ନିଆଗଲା, ଏହାପରେ ଉଭୟଙ୍କୁ ବେଆଇନ ଭାବରେ ଚାଲିଥିବା ଗୋଟିଏ କଲ ସେଣ୍ଟର ରେ କାମ କରିବାକୁ କୁହାଯାଇ ଥିଲା l ଦୁଇଦିନ ସେଠାରେ କାମ କରିବା ପରେ ଉଭୟ ଲୁଚି ଖସି ଆସିଥିଲେ ଏବଂ ଭାରତୀୟ ଦୂତାବାସ କୁ ଯୋଗାଯୋଗ କରିଥିଲେ ଓ ଭାରତ ଫେରି ଆସିଥିଲେ l ଭାରତ ଫେରିବା ପରେ ବବି ଙ୍କ ବିରୁଦ୍ଧରେ ଉଭୟ ଏଫଆଇଆର ଦର୍ଜ କରିଥିଲେ l

୧୫୦ ଭାରତୀୟ ମଧ୍ୟ ଚାକିରୀ ଲୋଭ ରେ ହୋଇଛନ୍ତି ଠକେଇ ର ଶିକାର –
ସୋମବାର ମଇ ୨୭ ତାରିଖ ଦିନ ପୋଲିସ ଟିମ୍ ବବି ଙ୍କୁ ଗୁରୁଃଗ୍ରାମ ସ୍ଥିତ ବାସଭବନ ଗିରଫ କରିଥିଲେ, ଏହି ସମୟରେ କିଛିଟା ସନ୍ଦିଗ୍ଧ ଦସ୍ତାବେଜ ସମେତ ବିପୁଳ ମାତ୍ରାରେ ଟଙ୍କା ଜବତ ହୋଇଥିଲା l ବବି ଙ୍କ ବିରୁଧରେ ମାନବ ତସ୍କରୀ ମାମଲା ରୁଜୁ ହୋଇଛି l ଏବଂ ପାଖାପାଖି ୧୫୦ ଭାରତୀୟ ଙ୍କୁ ଚାକିରୀ ବାହାନା ରେ ବିଦେଶ ପଠାଯାଇଥିବା ସୂଚନା ମିଳିଛି l

Ad2
Leave A Reply