Odisha news

ଡଙ୍ଗାରେ ବିବାହ ନିବେଦନ କରିବା ପଡିଲା ମାହାଙ୍ଗା

0

ନୂଆଦିଲ୍ଲୀ :ବେଳେବେଳେ ଝିଅ ମାନଙ୍କର ମନ କିଣିବା ପାଇଁ ପୁଅମାନେ ପ୍ରେମ ନିବେଦନ କରିବା ପାଇଁ ନୂଆନୂଆ ପଦ୍ଧତି ଅବଲମ୍ବନ କରିଥାନ୍ତି l ନିକଟରେ ଏହି ପରି ଗୋଟିଏ ବିବାହ ନିବେଦନାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରlଲ ହୋଇଛି l ଯେଉଁଥିରେ ଗୋଟିଏ ପୁଅ ଝିଅଟିକୁ ବିବାହ ନିବେଦନ କରିବା ପାଇଁ ଡଙ୍ଗା ଉପରେ ଚଢ଼ିଛି l ସେହି ସମୟରେ କିଛି ଏପରି ହୋଇଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି l

ଥିୟୋ ସନ୍ତାନସ ନାମକ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଡରେ ଗୋଟିଏ ଭିଡିଓ ସେୟାର କରିଛନ୍ତି ,ଯେଉଁଥିରେ ଦେଖା ଯାଇଛି ଯେ ଜଣେ ବ୍ୟକ୍ତିଙ୍କର ବିବାହ ନିବେଦନ ବର୍ବାଦ ହେଉଛି l ସୋସିଆଲ ମିଡିଆରେ ଆସିଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି l ପାଖାପାଖି ୧.୪ ଲାଇକ ମିଳିଛି l

ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଡଙ୍ଗା ଉପରେ ବସିଥିବା ଜଣେ ମହିଳାଙ୍କ ପାଖକୁ ଯାଇ ତାଙ୍କୁ ବିବାହ ନିବେଦନ କରୁଛି l ତାପରେ ମହିଳା ଜଣଙ୍କ ଠିଆହୋଇ ଯାଉଛନ୍ତି ଓ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିବାକୁ ଲାଗୁଛନ୍ତି l ଏହି ସମୟରେ ମହିଳାଙ୍କ ଡଙ୍ଗାଟି ଅଚାନକ ଚାଲିବାକୁ ଲାଗୁଛି l ଏହି ସମୟରେ ପୁଅ ଜଣଙ୍କ ଦୃର୍ଘଟଣା ଶିକାର ହୋଇ ପାଣିରେ ପଡି ଯାଉଛନ୍ତି ଓ ତାଙ୍କର ହାତ ଓ ଗୋଡ଼ରେ କ୍ଷତ ହୋଇଛି l

ସୋସିଆଲ ମିଡିଆରେ ଭିଡ଼ିଓଟିକୁ ସେୟାର କରିଥିବା ବ୍ୟକ୍ତି ଥିୟୋ ସନ୍ତାନସ କହିଛନ୍ତି ଯେ ସେ ବିବାହ ନିବେଦନ କରୁଥିବା ଯୁବକଟି ସହିତ କଥା ହୋଇଛନ୍ତି l ଯୁବକ ଜଣଙ୍କ କହିଲେ ଯେ ଯେତେବେଳେ ତାଙ୍କୁ ଜଣା ପଡିଲା ସୋସିଆଲ ମିଡିଆରେ ତାଙ୍କୁ ନାସ୍ତିକ ମତ ମିଳୁଛି ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ l ଥିୟୋ କହିଛନ୍ତି ଯେ ଏହି ଦୁର୍ଘଟଣା ମଧ୍ୟରେ ଝିଅ ଜଣଙ୍କ ଯୁବକ ଜଣଙ୍କୁ ବିବାହ କରିବା ପାଇଁ ହଁ କହିଥିଲେ l

Nalco
Leave A Reply