Odisha news

ଜାତୀୟ ପ୍ରଯୁକ୍ତି ସଂସ୍ଥାର ଅବସରପ୍ରାପ୍ତ ନିଦେ୍ର୍ଦଶକ ଗୋପେନ୍ଦ୍ର ରାୟଙ୍କ ପରଲୋକ

0

ବାଲେଶ୍ୱର-୨୩/୦୨: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ସଂସ୍ଥାର ଅବସରପ୍ରାପ୍ତ ପ୍ରଥମ ନିଦେ୍ର୍ଦଶକ ଗୋପେନ୍ଦ୍ର କିଶୋର ରାୟଙ୍କର ଭୂବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତଃ ରାୟ ଦୀର୍ଘଦିନ ଧରି ଅସୁସ୍ଥ ରହି ଚିକିତ୍ସାଧିନ ଥିବାବେଳେ ପରଲୋକ ଗମନ କରିଥିଲେ । ମୃତୁ୍ୟବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପି, ଛାତ୍ରବତ୍ସଳ ଓ ବନ୍ଧୁବତ୍ସଳ ବ୍ୟକ୍ତିଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ଓଡ଼ିଶା ସରକାରଙ୍କ ଦ୍ୱାରା ଜଣେ ବିଜ୍ଞାନୀଭାବେ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପାଇବା ସହ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ତାଙ୍କର ଏହି ପରଲୋକ ଘଟଣା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି

Nalco
Leave A Reply