ଆଜିକାଲି ମଧୁମେହ ଗୋଟିଏ ସାଧାରଣ ରୋଗ ଭାବରେ ପ୍ରତେକ ବ୍ୟକ୍ତିଙ୍କ ପାଖରେ ଦେଖାଦେଉଛି l କିନ୍ତୁ ଗବେଷକ ମାନଙ୍କ ମତରେ ମଧୁମେହ ପ୍ରାୟ ସମସ୍ତ ବ୍ଲଡ଼ ଗ୍ରୁପର ଲୋକଙ୍କୁ ହୋଇଥିଲେ ମଧ୍ୟ ନିର୍ଦ୍ଧିଷ୍ଟ କେତୋଟି ବ୍ଲଡ଼ ଗ୍ରୁପ ଲୋକଙ୍କୁ ଅଧିକ ହୋଇଥାଏ l ଦୁନିଆରେ ବିଭିନ୍ନ ବ୍ଲଡ଼ ଗ୍ରୁପର ଲୋକମାନେ ଅଛନ୍ତି l
ବ୍ଲଡ଼ ଗ୍ରୁପ ୪ ପ୍ରକାରର ରହିଥାଏ -ଏ ,ବି ,ଏବି ଏବଂ ଓ l ପ୍ରତେକ ଗ୍ରୁପ ଆର ଏଚ ପଜିଟିଭ ଓ ଆର ଏଚ ନେଗେଟିଭ ରହିଛି l ଯେଉଁ କାରଣରୁ ଏହି ବ୍ଲଡ଼ ଗ୍ରୁପ ୪ ରୁ ୮ ହୋଇଯାଇଥାଏ l ଆଜିକାଲି ଦୁନିଆରେ ବିଭିନ୍ନ ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି l ସେଥି ମଧ୍ୟରୁ ଗୋଟିଏ ହେଲା ମଧୁମେହ l ଏହି ରୋଗକୁ ସାଇଲେଣ୍ଟ କିଲର ବୋଲି କୁହାଯାଇଥାଏ l ସେଣ୍ଟର ଫ୍ର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିବେନସନ ପକ୍ଷରୁ କୁହାଯାଇଛି ଯେ ଏହା ଗୋଟିଏ ଏପରି ରୋଗ ଯାହାକୁ ନେଇ ମଣିଷ ସବୁବେଳେ ଜାଗ୍ରତ ରହିବା ଆବଶ୍ୟକ l
* ୟୁରୋପୀୟ ଗବେଷଣା ସଂସ୍ଥା ଦ୍ୱାରା ହୋଇଥିବା ଅନୁସନ୍ଧାନରୁ ଜଣା ପଡିଛି ଯେ “ଓ ନେଗେଟିଭ “ବ୍ଲଡ଼ ଗ୍ରୁପ ପାଖରେ ଦ୍ଵିତୀୟ ପ୍ରକାରର ମଧୁମେହ ଅଧିକ ଦେଖିବାକୁ ମିଳିଥାଏ “ଓ ପଜିଟିଭ “ତୁଳନାରେ l
* ଏହି ଗବେଷଣାରେ ଆହୁରି ମଧ୍ୟ ଜଣା ପଡ଼ିଲାଯେ ଅଧିକାଂଶ ଲୋକ ମଧୁମେହର କାରଣ ହେଉଛି ଅବସାଦ କିମ୍ବା ଚିନ୍ତା l ଗବେଷକ ମାନେ ସେଠାରେ ୮୦ହଜାର ଜଣ ମହିଳl ଓ ପୁରୁଷଙ୍କୁ ନେଇ ଯାଞ୍ଚ କରିଥିଲେ l ଯେଉଁଥିରେ ଦେଖିବାକୁ ମିଳିଥିଲା ଏଥିରେ ଅଧିକାଂଶ ଓ ନେଗେଟିଭ ବ୍ଲଡ଼ ଗ୍ରୁପର ବ୍ୟକ୍ତି ଥିଲେ l
* ଏଥିରେ ଆହୁରି ମଧ୍ୟ ଜଣା ପଡିଥିଲା ଯେ “ଓ ନେଗେଟିଭ “ବ୍ଲଡ଼ ଗ୍ରୁପର ପୁରୁଷ ମାନଙ୍କ ଅପେକ୍ଷା “ଓ ନେଗେଟିଭ “ମହିଳାମାନେ ଅଧିକ ମଧୁମେହର ଆକ୍ରାନ୍ତ ଅଛନ୍ତି l ସେମାନଙ୍କୁ ଗୋଟିଏ ସଠିକ ମାତ୍ରାର ଖାଦ୍ୟ ପ୍ରଣାଳୀ ଦ୍ୱାରା ସୁସ୍ଥ ମଧ୍ୟ କରାଯାଇ ପାରିବ l
* “ଓ”ବ୍ଲଡ଼ ଗ୍ରୁପ ପରେ “ବି “ବ୍ଲଡ଼ ଗ୍ରୁପର ବ୍ୟକ୍ତି ମାନଙ୍କ ପାଖରେ ମଧୁମେହ ଅଧିକ ରହିବାର ସମ୍ଭାବନା ରହିଛି l ସେମାନଙ୍କର ମଧ୍ୟ ମୁଖ୍ୟ କାରଣ ଚିନ୍ତା ଓ ଅବସାଦ ବୋଲି ଲକ୍ଷ କରା ଯାଇଥିଲା l
କଣ ରହିଛି ଉପାୟ – ଗବେଷକ ମାନଙ୍କ ମତରେ ମଧୁମେହ ଗୋଟିଏ ଏପରି ରୋଗ ଯାହାକୁ ନିୟନ୍ତ୍ରିତ କରିବା ପାଇଁ ନିୟମିତ ସନ୍ତୁଳନ ଖାଦ୍ୟ ସହିତ ଉପଯୁକ୍ତ ନିଦ୍ରାର ଆବଶ୍ୟକତା ରହିଛି l ପ୍ରତେକ ଦିନ ଉପଯୁକ୍ତ ବ୍ୟାୟାମ ମଧ୍ୟ ଆବଶ୍ୟକ l ମଣିଷ ନିଜକୁ ସମ୍ପୂର୍ଣ ଭାବରେ ଅବସାଦରୁ ଦୁରେଇ ରଖିବା ଆବଶ୍ୟକ l
Comments are closed.