Odisha news

ଭାରତୀୟ ରେଡକ୍ରସ୍ ସୋସାଇଟି, ପୋଲିସ୍ କମିସନରେଟ ଶାଖା ଓ ଭି.ଏସ୍.ଏସ୍. ନଗର ର ଭୁବନେଶ୍ୱରୀ ମନ୍ଦୀର ପରିଚାଳନା ସମିତି ଦ୍ଵାରା ସ୍ୱେଛାକୃତ ରକ୍ତଦାନ ଶିବିର

0

ଭୁବନେଶ୍ୱର : କରୋନା ସମୟରେ ସବୁ ବନ୍ଦ । ଏପରିକି କେହି କୁଆଡେ ଯାଇ ଆସି ପାରିବେ ନାହିଁ, କେହି କାହାକୁ ଛୁଇଁ ପାରିବେ ନାହିଁ, ସମସ୍ତେ ସମସ୍ତଙ୍କ ଜୀବନ ରକ୍ଷା ପାଇଁ ନିଜ ନିଜ ଘରେ ବନ୍ଦୀ ଭଳି ରହିଥିଲା ବେଳେ ସ୍ୱେଚ୍ଛାକୃତ ଭବେ ରକ୍ତଦାନ କରିବା ଏକ ଆହ୍ୱାନ । ଏହି ଆହ୍ୱାନକୁ ଗ୍ରହଣ କରିଛି ଭାରତୀୟ ରେଡକ୍ରସ୍ ସୋସାଇଟି, ପୋଲିସ୍ କମିସନରେଟ ଶାଖା ଓ ତାଙ୍କୁ ସହଯୋଗ କରିଛନ୍ତି ଭି.ଏସ୍.ଏସ୍. ନଗର ର ଭୁବନେଶ୍ୱରୀ ମନ୍ଦୀର ପରିଚାଳନା ସମିତି । ଭି.ଏସ୍.ଏସ୍. ନଗରରେ ଅନୁଷ୍ଠିତ ସ୍ୱେଛାକୃତ ରକ୍ତଦାନ ଶିବିରରେ ମୋଟ ୨୭ ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ଏହାକୁ ପରିଚାଳନା କରିଥିଲେ ମନ୍ଦୀର କମିଟିର ସଭାପତି ଡ ଜୟନ୍ତ କୁମାର ପରିଡା, ସମ୍ପାଦକ ପ୍ରଶାନ୍ତ କିଶୋର ଷଡଙ୍ଗୀ, ପୋଲିସ୍ କମିସନରେଟ ରେଡ଼୍କ୍ରସର ଯୁଗ୍ମ-ସମ୍ପାଦକ ଏସିପି ଲଳିତେନ୍ଦୁ ମହାନ୍ତି ଓ କାର୍ଯ୍ୟନିର୍ବାହୀ ସଦସ୍ୟ ଦିଲ୍ଲୀପ ଦାଶଶର୍ମା । ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ କୁମାର ନନ୍ଦ, ନିଶିଥ ରଞ୍ଜନ ନନ୍ଦ, ପ୍ରକାଶ କୁମାର ଦାସ, ରବି ନାରାୟଣ ରାୟ, ଧରଣୀ ଧର ରାଉତ, ପୁରଞ୍ଜନ ପାଢି, ନିତ୍ୟ ରଞ୍ଜନ ନନ୍ଦ, ସମରଞ୍ଜନ ମହାନ୍ତି, ନିମାଇଁ ଦାସ, ଶିତଳ ଚନ୍ଦ୍ର ମହାନ୍ତି, ଖିରୋଦ କୁମାର ସାହୁ, ରବିନ୍ଦ୍ର କୁମାର ପାଳ, ମିହିର ରଞ୍ଜନ ନାୟକ ଓ ରୁଦ୍ର ପ୍ରସାନ୍ତ ବସନ୍ତିଆ ଆଦି ବହୁ ମନ୍ଦୀର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ରକ୍ତଦାନ ଶିବିରରେ ରହି ସହଯୋଗ କରିଥିଲେ ।

Govt
Leave A Reply