Odisha news

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର; ୩୫ ୟୁନିଟ ସଂଗ୍ରହ

0

ଫୁଲନଖରା : ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡାଗର (ମହୀଧରପଡ଼ା)ସ୍ଥିତ ରିଚ ଆପାର୍ଟମେଣ୍ଟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଥିଲା । କଟକ ଜିଲା ମାନବାଧିକାର ସାମ୍ମୁଖ୍ୟ, ରିଚ ଗୃପ ଓ ପ୍ରାଚୀ ପ୍ରଜ୍ଞା ପରିଷଦର ମିଳିତ ଆପୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ କଟକ ସଦର ଥାନା ଆଇଆଇସି ସୁଧାଂଶୁଭୂଷଣ ଜେନା ଓ ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପକୁମାର ରାଉତ ମିଳିତଭାବେ ଉକ୍ତ ଶିବିରକୁ ଉଦଘାଟନ କରି ସାମ୍ପ୍ରତିକ ସମୟରେ ରକ୍ତଦାନ ପରି ମହାନ କାର୍ଯ୍ୟର ଅତ୍ୟନ୍ତ ଆବଶ୍ୟକତା ରହିଛିବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଶ୍ରୀ ସନ୍ନ୍ୟାସୀ, ସମାଜସେବୀ ଅଶ୍ୱିନୀ ମହାପାତ୍ର, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ସରକାରୀ ଓକିଲ କବିନାରାୟଣ ଜେନା, ସାହିତି୍ୟକ ଲିଙ୍ଗରାଜ ମହାନ୍ତି, କୃଷକ ନେତା କେଦାର ଜେନା, ସ୍ୱେଚ୍ଛାସେବୀ ସଞ୍ଜୟ ମହାନ୍ତି, ଆଇନଜୀବୀ କୃଷ୍ଣଚନ୍ଦ୍ର ମଲିକ, ସମବାୟବିତ ବନ୍ଧୁ ସାହୁ, ଆଇନଜୀବୀ ରାଜେନ୍ଦ୍ରବଲ୍ଲଭ ବେହେରା, ପଣ୍ଡିତ ଅଜୟ ପତି, ସଂଗଠକ ରମେଶ ଭାରତୀ, ଭଗବତପ୍ରେମୀ ଦିଲୀପ ବେହେରା, ସାମ୍ବାଦିକ ଲଳିତକୁମାର ଦାଶ ପ୍ରମୁଖ ଅତିଥିରୂପେ ଉପସ୍ଥିତ ଥିଲେ । କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହାୟତାରେ ଏହି ଶିବିରରୁ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମାନବାଧିକାର ସାମ୍ମୁଖ୍ୟ ଜିଲା ସଭାପତି କଳ୍ପତରୁ ଖୁଣ୍ଟିଆ ଶିତବିର ପରିଚାଳନା କରିଥିଲାବେଳେ ବିପ୍ଳବ ଯାଦବ, ଲାଲ ଖାଁ, ଗୋଲକ ପାତ୍ର, ପ୍ରଶାନ୍ତ ପାତ୍ର, ଶ୍ରୀମନ୍ତ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅବଦୁଲ ବାରି ପ୍ରମୁଖ ସହଯୋଗ କରିଥିଲେ ।

Har Ghar Tiranga

Leave A Reply