ତା-୧୧-୦୫-୨୦୨୦ : ଭାରତୀୟ ରେଡକ୍ରସ୍ ସୋସାଇଟି, ପୋଲିସ୍ କମିସନରେଟ ଶାଖା କରୋନା ସମୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ହାତକୁ ନେଇ ଆଗେଇ ଚାଲିଛି । ଏହି ମହତ କାମରେ ସହଯୋଗର ହାତ ବଢାଇ ଆଜି ଆଗକୁ ଆସିଛି ଚନ୍ଦକା ଥାନା । ଚନ୍ଦକା ଥାନା ଓ ଏହା ଅଧିନରେ ଥିବା ମେଣ୍ଢାଶାଳ ଫାଣ୍ଡିରେ ଦୁଇଟି ଶିବିରରୁ ମୋଟ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଚନ୍ଦକା ଥାନାରେ ହୋଇଥିବା ଶିବିରକୁ ଅତିରିକ୍ତ ପୋଲିସ୍ କମିସନର ତଥା ଭୁବନେଶ୍ୱର ଡିସିପି ଅନୁପ ସାହୁ ଅତିଥୀ ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ଫୋଲିସ କମିସନରେଟ ରେଡକ୍ରସ୍କୁ ପ୍ରସଂଶା କରିଥିଲେ ।
ଏହି ଶିବିରକୁ ପୋଲିସ୍ କମିସନରେଟ ରେଡ଼୍କ୍ରସର ଯୁଗ୍ମ-ସମ୍ପାଦକ ତଥା ନୋଡାଲ ଅଫିସର ଏସିପି ଲଳିତେନ୍ଦୁ ମହାନ୍ତି, ଜୋନ ଏସିପି ପ୍ରକାଶ ଚନ୍ଦ୍ର ପାଳ, ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ପ୍ରଧାନ ଓ ପୋଲିସ କମିସନରେଟ ରେଡକ୍ରସ୍ର କାର୍ଯ୍ୟନିର୍ବାହୀ ସଦସ୍ୟ ଦିଲ୍ଲୀପ ଦାଶଶର୍ମା ପରିଚାଳନା କରିଥିବା ବେଳେ ମହାନଗର ନିଗମ ରକ୍ତଭଣ୍ଡାର ଅଧିକାରୀ ରକ୍ତ ସଂଗ୍ରହ କରିଥିଲେ ।