Odisha news

ନିଫା ତରଫରୁ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ୬୬ ୟୁନିଟ ରକ୍ତ ସଂଗୃହୀତ

ଫୁଲବାଣ (Santosh Mishra)  ସାମାଜିକ ଅନୁଷ୍ଠାନ ନିଫା ତରଫରୁ ଦେଶର ସ୍ୱାଧିନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସହୀଦ ଭଗତ ସିଂ,ଜୟୀରାଜଗୁରୁ ଏବଂ ସୁଖଦେବଙ୍କର ତୀରୋଧାନ ଦିବସର ୯୦ ବର୍ଷ ପାଳନ ଅବସରରେ ଆଜିର ଦିନରେ ଭାରତର ୧୫ ଶହଟି ଯାଗାରେ ସ୍ୱେଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ସେହି ପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ରକ୍ତ ଭଣ୍ଡାର ଏବଂ ବାଲିଗୁଡାଠାରେ ଥିବା ଶିକ୍ଷା ନିକେତନ ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ରକ୍ତ ଭଣ୍ଡାର ଠାରେ ଆଜି ସକାଳ ୯ଟା ସମୟରେ ରକ୍ତ ଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଏହାକୁ ଅନୁଷ୍ଠାନିକ ଭାବରେ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡା.ଜୟଦୀପ କୁମାର ଘୋଷ ଉଦଘାଟନ କରିଥିଲେ । ଏହି ଅବସରରେ ତାଙ୍କ ସହିତ ଫୁଲବାଣୀ ରକ୍ତଦାନ ସମିତିର ସମ୍ପାଦକ ବିଜୟ କୁମାର ମହାନ୍ତି,ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ନିଫା ଅନୁଷ୍ଠାନର ଜିଲ୍ଲା ସଭାପତି ବିନୋଦ କୁମାର ସାହୁ,କାର୍ଯ୍ୟକ୍ରମର ସହ ସଂଯୋଜକ ଭି.ଲୋକନାଥ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଜଣେ ମହିଳା ନିବେଦିତା ସ୍ୱାଇଁ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ରକ୍ତଭଣ୍ଡାରର ଏଲ.ଟି ଶରତଚନ୍ଦ୍ର ଭଟ୍ଟ,ତୁଷାରକାନ୍ତ ପ୍ରଧାନ,ଦିନକୃଷ୍ଣ ମହନ୍ତ,ସୁଜିତ କୁମାର ସାହୁ,ଲକ୍ଷ୍ମୀଧର ମଣ୍ଡଳ,ବରୁଣ କୁମାର ବେହେରା ଏବଂ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ସୂଚାରୁ ରୁପେ ପରିଚାଳନା କରିଥିଲେ ।

ଶିବିର ପରିଚାଳନାରେ ଫୁଲବାଣୀ ରକ୍ତଦାନ ସମିତିର ସଦସ୍ୟ ଉମେଶପ୍ରସାଦ ପାତ୍ର,ମନୋଜ କୁମାର ଚୌଧୁରୀ,ଅସୋକ କୁମାର ପରିଡା,ଫୁଲବାଣୀ ବଣିକ ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ, ମୁସ୍କାନ ସୁଆର,ସୁନିଲ କୁମାର ପରିଡା,ରମେଶ କୁମାର ମହାନ୍ତି,ମୋଟିଭେଟର ସୁକାନ୍ତ କୁମାର ବେହେରା,ଫୁଲବାଣୀ ଆଇ.ଟି.ଆଇ ର ପ୍ରଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ରଙ୍କ ସମେତ ଅନ୍ୟମାନେ ସହେଯାଗ କରିଥିଲେ । ଫୁଳବାଣୀର ଆ.ଟି.ଆଇ ର ଛାତ୍ରଛାତ୍ରୀ,ସିଟି ପ୍ରଶିକ୍ଷଣ ଅନୁଷ୍ଠାନର ଛାତ୍ରମାନେ,ଏଲ.ଆଇ.ସି ଅଫିସର କର୍ମଚାରୀ,ବନଜୋ୍ୟସ୍ନା ସାହିତ୍ୟ ସଂସଦର କର୍ମକର୍ତା,ସତ୍ୟସାଈ ସେବା ସମିତିର ସଦସ୍ୟ ସଦସ୍ୟା,ଫୁଲବାଣୀ କୃଷି ବିଭାଗର ଅଧିକାରୀ ଏବଂ ଫୁଲବାଣୀର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଆସି ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ । ଏହି ଶିବିରରେ ମୋଟ ୫୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସେହିପରି ବାଲିଗୁଡାରେ ଶିକ୍ଷା ନିକେତନରେ ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପାଢୀଙ୍କ ତତ୍ୱାବଧାନରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।

ଏଥିରେ ବାଲିଗୁଡା ବିଡିଓ ଡା.ସୁଭାଶିସ ଷଢଙ୍ଗୀ,ଏସଡିପିଓ ମନୋଜ କୁମାର ପୁଜାରୀ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ବାଲିଗୁଡା ଅଂଚଳର ସ୍ୱେଛାସେବୀ ଅନୁଷ୍ଠାନ,ବନବାସୀର ସମପାଦକ ରବିନ୍ଦ୍ର କୁମାର ପଣ୍ଡା,ଶାନ୍ତିମୈତ୍ରୀ ଅନୁଷ୍ଠାନର ସମ୍ପାଦକ ଭାଗବାନ ଜେନା,ମୋଟର ମାଲିକ ଓ ଚାଳକ ସଂଘର ସଦସ୍ୟ,ଅଟୋ ଚାଳକ ସଂଘର ସଦସ୍ୟ ମାନେ ସଗେଯାଗ କରିଥିଲେ । ଏହି ଶିବିରରେ ୧୫ ୟୁନିଟ ରକ୍ତ ସଂଗୃହିତ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାରେ ମୋଟ ୬୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

Comments are closed.