ପଟ୍ଟାମୁଣ୍ଡାଇ : କରୋନା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ସଂକଟ ଦୂର କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଚଉଦକୁଲାଟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା, ଜିଲ୍ଲା ବିଜେଡି ସଭାପତି ଉକôଳ କେଶରୀ ପରିଡା, କାର୍ଯ୍ୟକାରୀ ସଭାପତି ଦୂର୍ଗାଶୀଷ ମହାନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସଂପାଦକ ଡା. ଗଦାଧର ମଲ୍ଲିକ, କେନ୍ଦ୍ରାପଡା ବିଧାୟକ ପ୍ରତିନିଧି ଶିବ ପ୍ରସାଦ ଭୋଳ, ସାଂସଦ ପ୍ରତିନିଧି ଆଲୋକ ସାହୁ, ଜୀବନବିନ୍ଦୁ ସଂଯୋଜକ ରାଜେଶ ପଣ୍ଡା, ଦେବେନ୍ଦ୍ର ବିଶ୍ୱାଳ, ଦୁଷ୍ମନ୍ତ ମଳିକ, ଜୟ ପ୍ରକାଶ ଗିରି ଓ ଜିତେନ୍ଦ୍ର ମହାନ୍ତି, ବାବୁଲି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ଡା. ମାନସ ଜେନା, ରାଜେଶ ମିଶ୍ର, ଉମାକାନ୍ତ ନାୟକ, ମନୋଜ ଦାସ ଓ ରାଜୀବ ଲେଙ୍କା ପରିଚାଳନା କରିଥିଲେ ।