ଦଶରଥପୁର, ତା୨୧/୮ : ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟକୁ କରୋନା ଛୁଇଁଛି । ଏହି ବ୍ଲକ୍ର ୨ ଜଣ କର୍ମଚାରୀଙ୍କ ଦେହରେ କରୋନା ପଜିଟିଭ ଥିବାର ପରୀକ୍ଷଣରୁ ଜଣାପଡ଼ିଛି । ବ୍ଲକ୍ର ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସହ ଜଣେ ଜିଆରସିଙ୍କର ଗତକାଲି କରୋନା ଟେଷ୍ଟ ପାଇଁ ଦିଆଯାଇଥିଲା ।
ଆଜି ତାଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼-୧୯ ହସପିଟାଲକୁ ପଠାଇ ଦିଆଯାଇଛି । ବ୍ଲକ୍ କର୍ମଚାରୀଙ୍କଠାରେ କରୋନା ବାହାରିବା ପରେ ବ୍ଲକ୍ର ବିଡ଼ିଓଙ୍କ ସମେତ ସମସ୍ତ କର୍ମଚାରୀ ଆଜିଠାରୁ ହୋମ୍ କ୍ୱାରେନଣ୍ଟାଇନରେ ରହିଥିବାର ଜଣାପଡ଼ିଛି । ଏଥିସହ ବ୍ଲକ୍ର ଅନ୍ୟ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି ।