Odisha news

ମା ନା ରାକ୍ଷସୀ : ଶାନ୍ତିରେ ଶୋଇବା ପାଇଁ ଛୁଆର ଦୁଗ୍ଧରେ ମିଶାଇଲେ ବ୍ଲିଚିଙ୍ଗ

ନୂଆଦିଲ୍ଲୀ : ଯଦି ନିଜ ଛୁଆର କଷ୍ଟ ଦେଖିଥାଏ ମା ତେବେ ଶାନ୍ତିରେ ଶୋଇ ପାରି ନଥାଏ l କିନ୍ତୁ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ସୁଖ ନିଦ୍ରାରେ ଶୋଇବା ପାଇଁ ନିଜ ନବ ଜାତକ ସନ୍ତାନର ଜୀବନ ନେବାକୁ ପଛେଇଲେ ନାହିଁ l ମାଟି ନିଜ ଛୁଆର ଦୁଗ୍ଧ ବୋତଲରେ ବ୍ଲିଚ ମିଶାଇ ଦେଲା ,କାରଣ ସେ ରାତିସାରା ଶାନ୍ତିରେ ଶୋଇ ପାରିବ l କିନ୍ତୁ ଭାଗ୍ୟ ବଳରେ ଛୁଆଟି ବଂଚି ଗଲା l

ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆର ପର୍ଥ ରେ ରହୁଥିବା ୨୬ ବର୍ଷୀୟ ବ୍ରୁକ ଏବଲିନ ଲୁକାଶ ଙ୍କ ଉପରେ ତାଙ୍କ ଛୁଆକୁ ଜୀବନରେ ମରିବାର ଆରୋପ ଲାଗିଛି l ନବଜାତକ ଛୁଆଟି କାନ୍ଦି ତାଙ୍କର ନିଦ ଖରାପ ନକରୁ କେବଳ ସେଥିପାଇଁ ବ୍ରୁକ ଛୁଆଟିର ଦୁଗ୍ଧ ବୋତଲରେ ବ୍ଲିଚ ମିଶାଇ ଦେଲେ l ବର୍ତମାନ ଶିଶୁଟି ନିଜ ଜେଜେ ଓ ଜେଜେମାଙ୍କ ଦେଖା ରଖା ରେ ରହିଛି l ଶିଶୁଟି ଜନ୍ମ ସମୟର ୧୪ ସପ୍ତାହ ପୂର୍ବରୁ ଜନ୍ମ ହୋଇ ଯାଇଥିଲା l ଏହି କାରଣରୁ ଖୁବ ଦୁର୍ବଳ ଥିଲା l ମାଙ୍କୁ ଛୁଆଟି ଉପରେ ଅଧିକ ଧ୍ୟାନ ଦେବାକୁ ପଡୁଥିଲା ,ସେହି କାରଣରୁ ଛୁଆଟିର ଅଧିକ ଯତ୍ନ ନେବାକୁ ପଡୁଥିଲା ଓ ସେ ଠିକ ଭାବରେ ବିଶ୍ରାମ ନେଇ ପାରୁ ନଥିଲେ l

ତେଣୁ ସେ ଛୁଆଟିର ଫିଡିଂ ଟ୍ୟୁବ ରେ ଦୁଗ୍ଧ ସହିତ ବ୍ଲିଚ ମିଶାଇ ଦେଇଥିଲେ l ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଲା ଓ ବାନ୍ତି ହେବାକୁ ଲାଗିଲା l ଏହାପରେ ବ୍ରୁକ ଏମର୍ଜେନ୍ସି ସର୍ଭିସ କୁ କଲ କଲେ l ମା ନିଜର ଭୁଲ ଲୁଚାଇବା ପାଇଁ ପୋଲିସ କୁ ମିଛ କହିଲେ ଯେ ଛୁଆର ବଡ ଭଉଣୀ ଏହିପରି କରିଛନ୍ତି l

ଛୁଆଟି ଠିକ ହେବା ପାଇଁ ପ୍ରାୟ ୧୭ ସପ୍ତାହ ସମୟ ଲାଗିଥିଲା ଓ ଡାକ୍ତରଖାନା ରେ ରହିଥିଲା l ପରେ ଯେତେବେଳେ ମାଟି ନିଜର ଭୁଲକୁ ନେଇ ପଶ୍ଚାତାପ କରିଥିଲା ,ସେତେବେଳେ ସେ ନିଜର ଭୁଲ ପୋଲିସ ଆଗରେ ସବୁ ସତ କଥା କହିଥିଲେ l ଆରୋପି ମା ଅଦାଲତରେ ମଧ୍ୟ ନିଜର ଭୁଲ ସ୍ୱୀକାର କରିଥିଲେ l ଏହାପରେ ଅଦାଲତ ତାଙ୍କ ବିରୁଦ୍ଧରେ ସଜା ଶୁଣାଇବାର ନିଷ୍ପତି ନେଇଛନ୍ତି l

Comments are closed.