Odisha news

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଙ୍କ ଅଭିଯୋଗ: ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଓଡ଼ିଶାରେ କୋଭିଡ୍ ସଂଖ୍ୟା ବଢ଼ିଛି

0

ଭୁବନେଶ୍ୱର: ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇରେ ପଶ୍ଚିମବଙ୍ଗ କଣ୍ଟା। ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇ ବିପଦରେ ପଡ଼ିଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବୈଜୟନ୍ତ କହିଛନ୍ତି ଆଗୁଆ ଲକ୍‌ଡାଉନ ଲାଗୁ ସାଙ୍ଗକୁ ନିୟମର କଡ଼ା ଅନୁପାଳନ ପାଇଁ କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ହେଲେ ଏହାର ସଂପୂର୍ଣ୍ଣ ବିପରୀତ ପଶ୍ଚିମବଙ୍ଗ ସରକାର କିନ୍ତୁ ନିଜ ରାଜ୍ୟରେ ସଂପୂର୍ଣ୍ଣ ଢିଲା ନୀତି ଆପଣେଇଛନ୍ତି। ଯେଉଁଥିପାଇଁ କି ଓଡ଼ିଶାକୁ ଆସୁଥିବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ଭିତରୁ ଅଧିକାଂଶଙ୍କ ଠାରେ କରୋନା ପଜିଟିଭ୍ ସାମ୍ନାକୁ ଆସିବାରେ ଲାଗିଛି।

ବିଗତ ୧୦ ଦିନରେ ୩ ଉତ୍ତର ଓଡ଼ିଶା ଜିଲ୍ଲାରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଯାହାକି ଚିନ୍ତାଜନକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ପୂର୍ବରୁ ଷ୍ଟେଟ୍‌ମେଣ୍ଟ ଦେଇସାରିଛନ୍ତି ବୋଲି କହିଛନ୍ତି ବୈଜୟନ୍ତ।

ମହାମାରୀର ମୁକାବିଲା କ୍ଷେତ୍ରରେ ସାରା ଦେଶ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଥିବା ବେଳେ ଗୋଟିଏ -ଦୁଇଟି ରାଜ୍ୟ ଅନ୍ୟ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିଥିବା କହି ଏଭଳି ନୂଆ ବିପଦର ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଦାବି କରିଛନ୍ତି ବୈଜୟନ୍ତ।

IEC 2 years
Leave A Reply