Odisha news

୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ନିମନ୍ତେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ

0

ତାଳଚେର,- : ମହାମାରୀ କରୋନା ସଙ୍କଟ ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ରାତି ୮ଘଟିକା ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବାସହ ଭାରତୀୟ ଅର୍ଥନୀତିକୁ ପୁନରୁଦ୍ଧାର କରିବା ଲକ୍ଷ୍ୟ ନେଇ ୨୦ଲକ୍ଷ କୋଟି ଟଙ୍କାର ‘ଆତ୍ମ ନିର୍ଭରଶୀଳ ଭାରତ’ ନାମକ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହାପରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବାସହ ସମାଜର ପ୍ରତ୍ୟେକ ବର୍ଗ ଏହି ପ୍ୟାକେଜର ଲାଭ ପାଇପାରିବେ ବୋଲି ପ୍ରକାଶ କରିଛନ୍ତି ।

ଯାହାକୁ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦେଶର ମଧ୍ୟମ ଶିଳ୍ପ,କୁଟୀର ଶିଳ୍ପ,ଘରୋଇ ଶିଳ୍ପ,କ୍ଷୁଦ୍ର ଶିଳ୍ପ ଆଦି ଏଥିରୁ ଲାଭାନ୍ୱିତ ହୋଇପାରିବେ । ଏହି କ୍ରମରେ ଏଥିରେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ସମୟସୀମା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି,୧୫ ହଜାର ଟଙ୍କାରୁ କମ୍ ବେତନ ପାଉଥିବା କର୍ମଚାରୀମାନଙ୍କର ୩ ମାସର ଇପିଏଫ୍ କୁ ସରକାରଙ୍କ ଦ୍ୱାରା ଭରଣା, ଭୂମି,ଶ୍ରମ,ନଗଦ ଅର୍ଥ ଓ ଆଇନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସଂସ୍କାର ଆଣିବା ପ୍ରୟାସକୁ ଶ୍ରୀ ସାମଲ ସ୍ୱାଗତ କରିବାସହ ଭାରତ ଆଗାମୀ ଦିନରେ ନିଶ୍ଚିତରୂପେ ଏକ ଆତ୍ମ ନିର୍ଭରଶୀଳ ଦେଶ ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିବ ବୋଲି ଶ୍ରୀ ସାମଲ ଆଶାବ୍ୟକ୍ତ କରିଛନ୍ତି ।

Govt
Leave A Reply