Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ରାତି ୯ ଟା ସମୟରେ ୯ ମିନଟ ପାଇଁ ଘର ଦୁଆରେ ଦୀପ, ମହମବତୀ, ଟର୍ଚ୍ଚ ଓ ମୋବାଇଲ ଫ୍ଲାସ ଲାଇଟ ଜଳାଇଲେ ସମଗ୍ର ରାଜ୍ୟବାସୀ କରୋନା ମୁକାବିଲା ସଂଗ୍ରାମରେ ସମସ୍ତେ ଏକାଠୀ ଅଛନ୍ତି ବୋଲି ବାର୍ତା ଦେଲେ ସମଗ୍ର ରାଜ୍ୟବାସୀ:ସମୀର ମହାନ୍ତି

0

 କରୋନାର ଭୟକୁ ଦୂର କରିବା ଏବଂ ଆଶାର ଆଲୋକ ଦିଗରେ ଆଗେଇବା ପାଇଁ ନିଜ ଘର ଆଗରେ ଦୀପ ଜାଳିଲେ ରାଜ୍ୟ ସଭାପତି
 ସାମାଜିକ ଦୂରତାକୁ ବଜାୟ ରଖି ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ପାଳନ କରିଥିବାରୁ ସମଗ୍ର ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
 କରୋନା ମୁକାବିଲା ସଂଗ୍ରାମରେ ଆମେ କିମ୍ବା କେହି ବି ଏକୁଟିଆ ନୁହଁ
 ସମସ୍ତେ ଏକାଠୀ ହୋଇ କରୋନାକୁ ପ୍ରତିହତ କରିବା ଏବଂ ଭାରତକୁ ବିଜୟୀ କରାଇବା
ଭୁବନେଶ୍ୱର,ତା.୦୫/୪: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ମହାମାରୀ କରୋନା ସଂକଟ ବର୍ତମାନ ଚାରିଆଡେ ଯେଉଁ ଅନ୍ଧକାର ବିଛାଇଛି ତାହା ଭିତରେ ଆମକୁ ଆଲୋକ ଏବଂ ଆଶା ଆଡକୁ ନିରବଚ୍ଛିନ୍ନ ଭାବେ ଅଗ୍ରସର ହେବାକୁ ପଡିବ । କରୋନା ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବଂ ଗରିବ ଭାଇ ଭଉଣୀମାନଙ୍କୁ ସାଙ୍ଗରେ ଧରି ସେମାନଙ୍କୁ ମନରେ ଥିବା ଆଶଙ୍କା ଓ ଭୟକୁ ଦୂର କରିବା ପାଇଁ ଆଶାର ଆଲୋକ ଦିଗରେ ଆଗେଇବା ପାଇଁ ଆଜି ଓଡିଶାବାସୀଙ୍କ ସମେତ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିଜ ପରିବାର ସହ ଘର ଆଗରେ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅଜି ରାତି ୯ ଟା ସମୟରେ ୯ ମିନଟ ପାଇଁ ରାଜ୍ୟବାସୀ ସ୍ୱତଃପ୍ରବୃତ ଭାବେ ଘରର ସମସ୍ତ ବତୀକୁ ଲିଭାଇ ନିଜ ଘର ଦୁଆରେ ଏବଂ ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଓ ମୋବାଇଲ ଫ୍ଲାସ ଲାଇଟକୁ ଜଳାଇଥିଲେ । କୌଣସି ବ୍ୟକ୍ତି ନିଜ ଘରୁ ନବାହାରି ସାମାଜିକ ଦୂରତାକୁ ବଜାୟ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ ପାଳନ କରିଥିବାରୁ ସମଗ୍ର ରାଜ୍ୟବାସୀଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।
କରୋନା ମୁକାବିଲା ସଂଗ୍ରାମରେ ସମସ୍ତେ ଏକାଠୀ ଅଛନ୍ତି ବୋଲି ସମଗ୍ର ରାଜ୍ୟବାସୀ ବାର୍ତା ଦେଇଛନ୍ତି । ଏହି ଆଲୋକ କରୋନା ସଂକଟର ଅନ୍ଧକାରରୁ ନିଶ୍ଚିତ ଭାବେ ଆମକୁ ମୁକ୍ତି ପ୍ରଦାନ କରିବା ସହ ଏହି ଲଢେଇରେ ଆମର ବିଜୟ ନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply